Masthead

ଫୁଲମାଳ ପକେଇବା ବାହାନାରେ କହ୍ନେୟା କୁମାରଙ୍କୁ ମାଡ଼, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସର ଲୋକସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ। ଉତ୍ତର ପୂର୍ବ ଦିଲ୍ଲୀରେ କହ୍ନେୟା ପ୍ରଚାର କରୁଥିବା ବେଳେ କିଛି ଯୁବକ ତାଙ୍କୁ ମାଡ଼ ମାରିଛନ୍ତି। ଫୁଲ ମାଳ ପିନ୍ଧାଇବା ନାଁରେ କହ୍ନେୟା କୁମାରଙ୍କ ପାଖକୁ ଆସିଥିଲେ। ଏହାପରେ ତାଙ୍କୁ ଚାପୁଡ଼ା ଓ ଗୋଇଠା ମାରିଥିଲେ। ଏଥିସହ ସେମାନେ କାଳି ବି ଫିଙ୍ଗିଥିଲେ । ପୂରା ଘଟଣା କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଆକ୍ରମଣକାରୀମାନେ ଆପ୍‌ର ସ୍ଥାନୀୟ କାଉନସିଲର ଚ୍ଛାୟା ଗୌରଭ ଶର୍ମାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଛନ୍ତି। ଏନେଇ ସେ ପୋଳିସରେ ଅଭିଯୋଗ କରିଛନ୍ତି। ଚ୍ଛାୟା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେ ଦେହରେ ପକାଇଥିବା ଷ୍ଟଲକୁ ଆକ୍ରମଣକାରୀମାନେ ଭିଡ଼ି ନେଇଥିଲେ।ଏହାପରେ ତାଙ୍କ ସ୍ୱାମୀଙ୍କୁ ଟେକି ନେଇ ଧମକ ଚମକ ଦେଇଥିଲେ। ସେମାନେ ମହିଳାମାନଙ୍କୁ ଟାର୍ଗେଟ କରି କାଳି ମାଡ଼ କରିଥିଲେ। ପୂରା ଘଟଣାରେ କହ୍ନୈୟାଙ୍କ ସମେତ ୩ରୁ ୪ ଜଣ ମହିଳା ମଧ୍ୟ ଆହତ ହୋଇଛନ୍ତି।

ପୋଲିସ କହିଛି ଯେ କହ୍ନୈୟା କୁମାର କରତାର ନଗର ସ୍ଥିତ ଆପ୍‌ ଅଫିସରୁ ଚ୍ଛାୟା ଓ ସମର୍ଥକଙ୍କ ସହ ବାହାରୁ ଥିବା ବେଳେ ଆକ୍ରମଣ କରିଛନ୍ତି। ଉତ୍ତର ପୂର୍ବର ଡେପୁଟି କମିଶର କହିଛନ୍ତି, “ବୈଠକ ପରେ କହ୍ନେୟା କୁମାରଙ୍କୁ ବିଦାୟ ଜଣାଇବାକୁ ଚ୍ଛାୟା ଅଫିସ ବାହାରକୁ ଆସିଥିଲେ। ଏତିକି ବେଳେ କିଛି ଯୁବକ କହ୍ନେୟା କୁମାରଙ୍କ ପାଖକୁ ଆସି ପ୍ରଥମେ ଫୁଲ ମାଳ ପକାଇଥିଲେ। ଏହାପରେ ତାଙ୍କ ଉପରକୁ କାଳି ମାଡ଼ କରି ଥିଲେ। ସେମାନେ ତାଙ୍କୁ ମାଡ଼ ମାରିବାକୁ ଚେଷ୍ଟା କରିବା ବେଳେ ଚ୍ଛାୟା ଏଥିରେ ହସ୍ତକ୍ଷେପ କରିଥିଲେ। ତେଣୁ ଆକ୍ରମଣକାରୀ ଯୁବକମାନେ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରି ଧମକ ଦେଇଥିଲେ।”ଘଟଣା ବେଳର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦୁଇ ପକ୍ଷ ପରସ୍ପରକୁ ଆକ୍ରମଣ କରୁଛନ୍ତି। ଜଣେ ଯୁବକଙ୍କୁ କହ୍ନେୟାଙ୍କ ସମର୍ଥକମାନେ ମାଡ଼ ମାରୁଛନ୍ତି।କହ୍ନୈୟା କୁମାର ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ଲଢ଼େଇ ବିଜେପିର ମନୋଜ ତିୱାରୀଙ୍କ ସହ ହେଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି