Masthead

ନୋବେଲ ଶାନ୍ତି ପୁରସ୍କାର, ମୋଦି ଦାବିଦାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନୋବେଲ ଶାନ୍ତି ପୁରସ୍କାର ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସଲେ ଦୋଜ୍ କହିଛନ୍ତି । ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଦି ରେସରେ ସବୁଠୁ ଆଗରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନକୁ ପ୍ରଶଂସା କରି ସେ କହିଛନ୍ତି, ମୋଦିଙ୍କ ବିଶେଷ ନୀତି ଯୋଗୁ ଭାରତ ଏକ ଧନୀ ଏବଂ ଶକ୍ତିଶାଳୀ ଦେଶ ହେବାକୁ ଯାଉଛି। ଭାରତକୁ ଶାନ୍ତିର ଉତ୍ତରାଧିକାରୀ ବୋଲି କହି ଆସଲେ ଟୋଜେ କହିଛନ୍ତି ଯେ, ଭାରତ ଏକ ମହାଶକ୍ତି ହେବାକୁ ଯାଉଛି।

ଯୁଦ୍ଧ ବନ୍ଦ କରିବା ତଥା ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ସବୁଠାରୁ ବିଶ୍ୱସ୍ତ ନେତା। ଦୁନିଆର ପ୍ରତ୍ୟେକ ନେତା ଶାନ୍ତି ପାଇଁ କାର୍ୟ୍ୟ କରିବା ଉଚିତ ଏବଂ ନରେନ୍ଦ୍ର ମୋଦିଙ୍କ ପରି ଜଣେ ଶକ୍ତିଶାଳୀ ନେତାଙ୍କର ଏହା କରିବାର ଅଧିକ ଦକ୍ଷତା ରହିଛି। ପ୍ରଧାନମନ୍ତ୍ରୀ ମୋଦି ଜଣେ ଏମିତି ନେତା, ଯିଏ କେବଳ ଭାରତ ତଥା ଏହାର ଅର୍ଥନୀତିର ଉନ୍ନତିର ଯତ୍ନ ନେଉନାହାଁନ୍ତି ବରଂ ବିଶ୍ୱର ବିଭିନ୍ନ କାର୍ୟ୍ୟରେ ସହଯୋଗ କରନ୍ତି। ଆସଲେ ଟୋଜେ ନରୱେ ନୋବେଲ କମିଟିର ଉପନେତା ଅଛନ୍ତି। ନୋବେଲ ଶାନ୍ତି ପୁରସ୍କାର ବିଜେତା ହିଁ କମିଟି ସ୍ଥିର କରନ୍ତି। ଏହି କମିଟି ଭାରତରେ ପହଞ୍ଚିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ