Masthead

ବାଘ ଛାଲ ଜବତ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ଥନା ଅନ୍ତର୍ଗତ ଚଟଣି ବସଷ୍ଟାଣ୍ଡରେ ବାଘ ଛାଲ ଡିଲ ବେଳେ ମାଡି ବସିଲା ଏସଟିଏଫ ଟିମ। କଲରାପତରିଆ ବାଘ ଛାଲ ଜବତ ହୋଇଥିବାର ଖବର ସ୍ଥନୀୟ ଅଞ୍ଚଳରେ ଚହଳ ଖେଳିଯାଇଛି। ବିଶୋଇ ଅଞ୍ଚଳରେ ବହୁମୂଲ୍ୟ ବାଘଛାଲ ବେପାରି ଓ କ୍ରେତାଙ୍କ ମଧ୍ୟରେ କୋଟି କୋଟି ଟଙ୍କାର ଡିଲ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ ୨ଜଣକୁ ଗିରଫ ସହିତ ଦୁଇ ବାଇକ ଜବତ କରିଛି ।

ଗିରଫ ଦୁଇ ଜଣେ ଯୁବକ ହେଲେ ବିଶୋଇ ଥନା ଅଞ୍ଚଳର ଅଭିଜିତ କୁମାର ଗିରି ଓ ଖୁଣ୍ଟା ଥନା ଅଞ୍ଚଳର ଚନ୍ଦକାନ୍ତ କୁରଜି ବୋଲି ଜଣାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଥିବା ବେଳେ ସାଢେ ୫ଲକ୍ଷ ଟଙ୍କାରେ ମୁଲଚାଲ ହୋଇଥିବା ଏସଟିଏଫ ଟିମ ସୂଚନା ଦେଇଛନ୍ତି। ଜବତ କଲରାପତରିଆ ବାଘର ଛାଲ ଆନୁମାନିକ ୧୦ବର୍ଷର, ଛାଲର ଲମ୍ବା ୪ ଫୁଟ, ଲାଞ୍ଜ -ଓଢ଼େଇଫୁଟ, ଓସାର -୨ ଫୁଟ ।

ତେବେ ଜିଲ୍ଲାରେ ରହିଥିବା ଶିମିଳିପାଳ ଅଭୟାରଣ୍ୟରେ ଶୀକାରୀମାନେ ସକ୍ରିୟ ରହିଥିବାବେଳେ ବାଘଛାଲ ଓ ନଖ, ହାତୀଦାନ୍ତ, ବଜ୍ରକାପ୍ତା କାତି ଆଦି ମୂଲ୍ୟବାନ ଜିନିଷର ବ୍ୟବସାୟୀ ରାକେଟ ମଧ୍ୟ ସକ୍ରିୟ ରହି ନିଜର ବ୍ୟବସାୟ ଚଳାଇଥିବା ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି