ଦୁଗ୍ଧଫାର୍ମ ଘେରିବେ ଗ୍ରାମବାସୀ

ଲଇକେରା,(ବଡ଼ ଖବର ବ୍ୟୁରୋ): ମରଣଯନ୍ତା ପାଲଟିଛି ରାସ୍ତା। କେବଳ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ରାସ୍ତାରେ ଓଭରଲୋଡେଡ୍ ହାଇଓ୍ଵା ଗାଡ଼ି ବେନିୟମ ଭାବରେ ଯାଉଛି। ପ୍ରତ୍ୟେକ ଦିନ ବାଲି, ଗୋଡ଼ି, ମେଟାଲ ଓ ସ୍ପଞ୍ଜ ଆଇରନରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓଭରଲୋଡିଂ କରି ହାଇଓ୍ଵା ଗାଡ଼ିରେ ଆସୁଛି। ଏହାର ନଗ୍ନଚିତ୍ର ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ ଗ୍ରାମରେ। ମାନସ ଉପାଧ୍ୟାୟ ନାମକ ବ୍ୟକ୍ତି ଖୁନ୍ତାମାଲରୁ ଡୁମ୍ବେରଡିହି ଦେଇ ଲଇକେରାକୁ ଯାଇଥିବା ମଝିରେ ଏକ ଦୁଗ୍ଧଫାର୍ମ ନିର୍ମାଣ କରୁଛନ୍ତି। ସେହି ରାସ୍ତାରେ ବର୍ତ୍ତମାନ ବଡ଼ବଡ଼ ହାଇଓ୍ଵା ଗାଡ଼ି ଯିବା ଆସିବା କରୁଥିବାରୁ ରାସ୍ତାଟି ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ବର୍ତ୍ତମାନ ଧାନ ଅମଳ ସମୟ ଆସିଥିବାରୁ ଲୋକେ ପାୱାରଟିଲର, ଟ୍ରାକ୍ଟର ସହ କ୍ଷେତକୁ ଯିବାକୁ ପଡୁଛି। ଏମିତିକି ଗାଁ ଲୋକେ ମଧ୍ୟ ଗାଧୋଇବାକୁ ପୋଖରୀକୁ ଚାଲିଚାଲି ଯାଇ ପାରୁନାହାନ୍ତି। ବାଇକରେ ଗଲେ ଦୁର୍ଘଟଣାଗ୍ରସ୍ତ ହୋଇ ଖଣ୍ଡିଆ ଖାବରା ହେଉଛନ୍ତି। ଦୁଗ୍ଧଫାର୍ମ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ବଡ଼ବଡ଼ ଗାଡ଼ି ଉକ୍ତ ରାସ୍ତାରେ ସବୁବେଳେ ଯାଆସ କରୁଥିବାରୁ ରାସ୍ତାଟି ବର୍ତ୍ତମାନ ସମ୍ପୂର୍ଣ ଖାଲଖମାରେ ପରିଣତ ହୋଇଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ମଙ୍ଗଳବାର ଉତ୍କଳମଣି ଯୁବକ ସଂଘ ଏବଂ ଗ୍ରାମବାସୀଙ୍କ ସହ ଯୁବଗୋଷ୍ଠୀ ମିଳିତ ଭାବେ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ