Masthead

ବିପୁଳ ବିସ୍ଫୋରକ ଜବତ

କୋରାପୁଟ, (ବଡ଼ ଖବର ବ୍ୟୁରୋ): ଫେଲ୍ ମାରିଲା ମାଓବାଦୀଙ୍କ ଯୋଜନା । କୋରାପୁଟ ପୋଲିସର ବଡ଼ ସଫଳତା । କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତରୁ ବିପୁଳ ବିସ୍ଫୋରକ ଉଦ୍ଧାର କରିଛନ୍ତି ପୋଲିସ ଓ ବିଏସଏଫ । ବିସ୍ଫୋରକ ସହ ମାଓପୁସ୍ତିକା, ଫ୍ଲାସ ଲାଇଟ୍ ଓ ମାଓ କ୍ୟାଡରଙ୍କ ଫଟୋ ମଧ୍ୟ ଜବତ କରାଯାଇଛି । ମାଛକୁଣ୍ଡ ଥାନା ଅନ୍ତର୍ଗତ ସୀମାନ୍ତ ଜଙ୍ଗଲରେ ୧୫ରୁ ୨୦ ଜଣ ମାଓବାଦୀ ଏକାଠି ହୋଇ ରହୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା । ଡିଏଫଭି ଓ ବିଏସଏଫ ତରଫରୁ ମିଳିତ ଅପରେସନରେ ସଫଳ ହୋଇଛି । ପୋଲିସ ଓ ଯବାନଙ୍କ ଅପରେସନରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଛନ୍ତି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଲାଗି ଏହା ରଖାଯାଇଥିଲା ବୋଲି ସନ୍ଦେହ କରାଯାଉଛି । ଆଜି ପ୍ରେସମିଟ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କୋରାପୁଟ ଏସପି ମୁକେଶ କୁମାର ଭାମୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ