Before Header

ସର୍ବସାଧାରଣ କରୁଛନ୍ତି ଦର୍ଶନ

0 37

ପୁରୀ(ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଆଜି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । କିନ୍ତୁ ମନ୍ଦିର ପ୍ରବେଶ ପୂର୍ବରୁ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଦର୍ଶନ କରିବା ପାଇଁ ୯୬ ଘଣ୍ଟା ପୂର୍ବର କୋଭିଡ଼ ନେଗେଟିଭ ରିପୋର୍ଟ ହୋଇଥିବା ଆବଶ୍ୟକ । ସେହିପରି ପୁରୀବାସୀଙ୍କ ପାଇଁ ମଧ୍ୟ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

ଶ୍ରୀମନ୍ଦିର ସାମ୍ନାରେ ବିଭିନ୍ନ କିଓସ୍କର ବ୍ୟବସ୍ଥା କରାଯାଇଛି । ଏହି କିଓସ୍କରେ ଭକ୍ତମାନେ ଆଣିଥିବା କରୋନା ନେଗେଟିଭ ରିପୋର୍ଟର ଯାଞ୍ଚ କରାଯିବ । ଶୃଙ୍ଖଳିତଭାବେ ଦର୍ଶନ କରିବା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତ ବର୍ଷ ମାର୍ଚ୍ଚ ୨୦ରୁ କରୋନା ସଂକ୍ରମଣ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲା । ଦୀର୍ଘ ୯ମାସ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ମିଳିଥିବାରୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି । ପ୍ରତିଦିନ ୧୫ରୁ ୧୭ ହଜାର ଭକ୍ତ ଦର୍ଶନ କରିବାର ସୂଯୋଗ ପାଇବେ । ଏହାସହିତ ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ଖାଇବା ବାରଣ କରାଯାଇଛି । ସମସ୍ତ ଭକ୍ତଙ୍କ ପାଇଁ ପରିଚୟ ପତ୍ର ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.