ନରସିଂହପୁର(ବଡ଼ ଖବର ବ୍ୟୁରୋ): ପୋଲିସ ଖାକିରେ ପୁଣି ଦାଗ ଲାଗିଛି । କଟକ ଜିଲ୍ଲା ନରସିଂହପୁର ଥାନାରେ ଜଣେ ନାବାଳିକାକୁ ପୋଲିସ ଅଫିସର ରବିନ୍ଦ୍ର କୁମାର ନାୟକ ୩ଦିନ ଧରି ଅଟକ ରଖିଥିଲେ । ଏହାସହ ବେଆଇନ ଭାବେ ପୋଲିସ ତାଙ୍କ ଗର୍ଭ ପରୀକ୍ଷା କରାଇଥିବା ଅଭିଯୋଗ ହୋଇଥିଲା ।
ଏହି ଘଟଣାରେ ୪ଜଣଙ୍କୁ ଆଜି କଟକ ଗ୍ରାମାଞ୍ଚଳ ଏସପି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଚାଇଲ୍ଡ ଲାଇନ ଥାନାରୁ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ପକ୍ଷରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଗ୍ରାମାଞ୍ଚଳ ଏସପି ପୋଲିସ ଅଫିସର ରବିନ୍ଦ୍ର କୁମାର ନାୟକଙ୍କୁ ନିଲମ୍ବିତ କରିଛନ୍ତି ।