Masthead

ଖ୍ରୀଷ୍ଟମାସରେ ଗୌହର ଖାନ କହିବେ କୁବୁଲ ହେଁ…

ମୁମ୍ବାଇ(ବଡ଼ ଖବର ବ୍ୟୁରୋ) : ବଲିଉଡ ଅଭିନେତ୍ରୀ ତଥା ବିଗବସ୍ ସିଜିନ-୭ର ବିଜେତା ଗୌହର ଖାନ । ଖୁବଶୀଘ୍ର ଗୌହରଙ୍କର ହେବାକୁ ଯାଉଛି ହାତକୁ ଦି ହାତ । ଆଉ ୪ ଦିନ ପରେ ଅର୍ଥାତ୍ ଡିସେମ୍ବର ୨୫ ତାରିଖ ଖ୍ରୀଷ୍ଟମାସରେ ତାଙ୍କ ଘରେ ବାଜିବ ଶାହାନାଇ। ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ ଜୈଦ ଦରବାରଙ୍କୁ ଗୌହର ବନାଇବେ ନିଜ ଦୁହ୍ଲେମିଆଁ । ଗୌହର ଏବଂ ଜୈଦଙ୍କ ବିବାହକୁ ନେଇ ଏବେ ସୋଶାଲ ମିଡିଆରେ ଚାଲିଛି ଜୋରଦାର ଚର୍ଚ୍ଚା । ବିବାହ ପୂର୍ବରୁ ତାଙ୍କ ୱେଡିଂ କାର୍ଡ ହୋଇଛି ଭାଇରାଲ । ନିକଟରେ ଗୌହର ଏବଂ ଜୈଦ ସୋସିଆଲ ମିଡିଆରେ ସେୟାର କରିଥିଲେ ତାଙ୍କ ଡିଜିଟାଲ ୱେଡିଂ କାର୍ଡ । ଦୁହେଁ ଏହି ୱେଡିଂ କାର୍ଡକୁ ଶେଆର କରି ସେଥିରେ କ୍ୟାପଶନ ଦେଇଥିଲେ #ଗଜବ କା ହେ ୟେ ଦିନ।

ଏହି ଡିଜିଟାଲ ନିମନ୍ତ୍ରଣ କାର୍ଡରେ ଦୁହିଁଙ୍କ ଲକଡାଉନ ଲଭ ଷ୍ଟୋରୀର ପୂରା କହାଣୀକୁ ଆନିମେଟେଡ ଅନ୍ଦାଜରେ ବର୍ଣ୍ଣନା କରାଯାଇଛି। ଭିଡିଓରେ ଦୁହିଁଙ୍କ ପ୍ରଥମ ଦେଖା ଠାରୁ ଆରମ୍ଭ କରି ପ୍ରେମ ନିବେଦନ, ପରେ କ୍ୱାରେଣ୍ଟାଇନରେ ଡ୍ରାଇଭ, ପାର୍କିଂ ଗ୍ୟାରେଜ, ଅନଲାଇନ ମେସେଜ ଏକ୍ସଚେଞ୍ଜ ସହ ଭିଡିଓ କଲ ପର୍ଯ୍ୟନ୍ତ ଲଭଷ୍ଟୋରୀର ସବୁ ଖାସ ମୋମେଣ୍ଟକୁ ଦେଖାଯାଇଛି । ଗୌହର ଓ ଜୈଦଙ୍କ ଏହି ନିଆରା ନିମନ୍ତ୍ରଣ କାର୍ଡ ଏବେ ସୋସିଆଲ ମିଡିଆର ମାହୋଲକୁ କରିଛି ସରଗରମ।

 

 

 

ଜୈଦ ଦରବାର ପ୍ରସିଦ୍ଧ ମ୍ୟୁଜିକ କମ୍ପୋଜର ଇସମାଇଲ ଦରବାରଙ୍କ ପୁଅ । ଜୈଦ ଜଣେ ଅଭିନେତା ସହ ଭଲ ଡ୍ୟାନ୍ସର ମଧ୍ୟ । ଜୈଦଙ୍କୁ ବିବାହ କରିବାକୁ ନେଇ ଗୌହର ବହୁତ ଉତ୍ସାହିତ ଅଛନ୍ତି । ଦୁହିଁଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରଦାରରେ ଚାଲିଛି । ମୁସଲିମ ଧର୍ମ ଅନୁଯାୟୀ ଦୁହେଁ ନିକାହ କରିବେ ଓ ପରସ୍ପରକୁ କହିବେ କୁବୁଲ ହେ । ଆମ ତରଫରୁ ବି ଗୌହର ଓ ଜୈଦଙ୍କୁ ନିକାହର ବହତ ବହତ ମୁବାରକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି