Masthead

ଆହତ ଯବାନଙ୍କୁ ଏୟାର ଲିଫ୍ଟ କଲେ ପୋଲିସ ଡିଜି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବୌଦ୍ଧ-କନ୍ଧମାଳ ସୀମାରେ ଚାଲିଛି ମାଓ ଅପରେସନ୍ । ପୋଲିସ-ମାଓବାଦୀ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ । ନାରାୟଣ ପ୍ରସାଦ ଓ ଉମା ଜଙ୍ଗଲରେ ଏହି ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି । ତେବେ ଏହି ଗୁଳିବିନିମୟରେ ଦୁଇଜଣ ଯବାନ ଆହତ ହୋିତିବା ବି ଜଣାପଡ଼ିଛି । ଡାକ୍ତରଙ୍କ ସହ ଦୁଇ ଆହତ ଯବାନଙ୍କୁ ଭୁବନେଶ୍ବରକୁ ଏୟାର ଲିଫ୍ଟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ପାଖାପାଖି ୧୦୦ରୁ ଅଧିକ ମାଓବାଦୀ ଡେରା ପକାଇଥିଲେ ।

ମାଓବାଦୀ ଲୁଚିଥିବା ଖବର ପାଇ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ମାଓବାଦୀ ଲୁଚିଥିବା ସୂଚନା ପାଇ ପୂରା ଅଞ୍ଚଳକୁ ସିଲ୍ କରିଥିଲା ପୋଲିସ । ମାଓ ବିରୋଧୀ ଅପରେସନରେ ଗୋଟିଏ ହେଲିକାପ୍ଟର ସାମିଲ ଥିବା କୁହାଯାଉଛି । ସୋନପୁର ଘଣ୍ଟାପଡ଼ା ହାଇସ୍କୁଲ ପଡ଼ିଆରେ ଏହି ହେଲିକପ୍ଟର ପ୍ରସ୍ତୁତ ଅଛି। ଏହି ଅଞ୍ଚଳରେ କେକେବିଏନ ମାଓ ସଂଗଠନ ସକ୍ରିୟ ରହିଛି । କେକେବିଏନ- କଳାହାଣ୍ଡି-କନ୍ଧମାଳ-ବଲାଙ୍ଗୀର-ନୟାଗଡ ମାଓ ଡିଭିଜନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ