Masthead

କଟକ ପାଇଁ ୩୦ ପ୍ଲାଟୁନ, ଭୁବନେଶ୍ୱର ପାଇଁ କେତେ?

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଦଶହରା ପାଇଁ ଚଳଚଞ୍ଚଳ ସାରା ସହର। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଫିକା ପଡ଼ିଛି ପାର୍ବଣ। କୋଭିଡ ନିୟମକୁ ପାଳନ କରି କିପରି ମା’ଙ୍କ ପୂଜା ଆୟୋଜନ କରାଯିବ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଚାରିଫୁଟର ମୂର୍ତ୍ତି ସାଙ୍ଗକୁ ବିନା ଭକ୍ତରେ ମା’ଙ୍କ ପୂଜା। ଚଳିତବର୍ଷ ଦଶହରାରେ କଟକ ଓ ଭୁବନେଶ୍ୱରରେ ମାଫିଆ ବା ଗୁଣ୍ଡାମାନେ ତାଙ୍କର ଆଧିପତ୍ୟ ବିସ୍ତାର କରିବାରେ ଲାଗିଥାନ୍ତି। ଅସାମାଜିକ କାର୍ୟ୍ୟକଳାପ ଘଟାଇବା ପାଇଁ ସର୍ବଦା ଚେଷ୍ଟା ଚଳାଇଛନ୍ତି।

ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଇଛି ଗାଇଡ ଲାଇନ। ଶାନ୍ତିଶୃଙ୍ଖଳା ସହ ଦଶହରା ପାଳନ କରିବା ପାଇଁ ଅଣ୍ଟା ଭିଡ଼ିଛି ଟୁଇନ ସିଟି ପୋଲିସ। ସୂଚନା ମୁତାବକ, କଟକରେ ପୂଜାକୁ ସରୁଖୁରୁରେ ଆୟୋଜନ କରିବା ପାଇଁ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି। ମାତ୍ର ଭୁବନେଶ୍ୱରରେ ମଧ୍ୟ ବେଶ ଜନସମାଗମରେ ପାଳିତ ହୁଏ ଦଶହରା। କିନ୍ତୁ ଭୁବନେଶ୍ୱରରେ ଦଶହରାକୁ ସାମ୍ନାରେ ରଖି କେତେ ପୋଲିସ ମୁତୟନ କରାଯାଇଛି ସେ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ