Masthead

ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ବିରିଡି ଥାନାର ଥାର୍ଡ଼ ଡିଗ୍ରୀ ଘଟଣା। ବାଲିଆ କୃତିବାସ ପାଟଣା ଗାଁର ପାର୍ଥ ସାରଥି ଦାସ ଜଗତସିଂହପୁର ଏସ୍ପି ଙ୍କ ନିକଟରେ ଆଣିଛନ୍ତି ଏଭଳି ସଂଗୀନ ଅଭିଯୋଗ । ଅଭିଯୋଗ ମୁତାବକ ପାର୍ଥ ସାରଥି ତିର୍ତୋଲ ବିଧାୟକଙ୍କ ସହିତ ଗତ ମାସ ୨୫ ତାରିଖରେ ବିରିଡି ବ୍ଲକ କାର୍ଯ୍ୟାଳୟକୁ ଯାଇ ଏକ ବିଲ ବାବଦରେ ଆଲୋଚନା କରି ଫେରୁଥିବା ବେଳେ କିଛି ଅସାମାଜିକ ଯୁବକ ତାଙ୍କୁ ମାଡ ମାରି ଲହୁ ଲୁହାଣ କରିଥିଲେ। ସେ ଏହାର ପ୍ରତିବାଦ କରିବାରୁ ସେଠାରେ ଉପସ୍ଥିତ ଥିବା ବିରିଡି ଥାନାର ଅଧିକାରୀ ମାଡ ମାରିଥିବା ଯୁବକଙ୍କୁ ଛାଡ଼ି ପାର୍ଥ ସାରଥି ଙ୍କୁ ଥାନାକୁ ଧରିନେଇ ନିସ୍ତୁକ ମାଡ ମାରିଥିବା ନେଇ ପାର୍ଥ ସାରଥି ଅଭିଯୋଗ ଆଣିଛନ୍ତି।

ପାର୍ଥ ସାରଥି ଗୁରୁତର ହୋଇ ଜଗତସିଂହପୁର ପରେ କଟକରେ ଚିକିତ୍ସିତ ହୋଇ ଫେରିବା ପରେ ଏ ଘଟଣା ସମ୍ପର୍କରେ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏସ୍ପି ଏ ଘଟଣା ସମ୍ପର୍କରେ ଜାଣିବାପରେ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଆଡିସିନାଲ ଏସ୍ପିଙ୍କୁ ତଦନ୍ତର ଦାୟିତ୍ୱ ଦେବା ସହିତ ଥାନାରେ ସେହିଦିନର ସିସିଟିଭି ଫୁଟେଜ ମିଳୁ ନଥିବାରୁ ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ କରାଯାଇଛି । ଯଦି ତଦନ୍ତ ସମୟରେ ସେପରି କିଛି ବି ପ୍ରମାଣ ମିଳେ ତେବେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ