Masthead

୨୦ ଲକ୍ଷ ହ୍ବାଟ୍ସଆପ୍‌ ଆକାଉଣ୍ଟ ବ୍ୟାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡିଆ ଅପବ୍ୟବହାରକାରୀ ସାବଧାନ । ମାତ୍ର ୧ ମାସ ମଧ୍ୟରେ ୨୦ ଲକ୍ଷ ଆକାଉଣ୍ଟ ବ୍ୟାନ କରାଯାଇଛି । ଲୋକପ୍ରିୟ ମେସେଜିଙ୍ଗ ଆପ୍ ଚଳିତ ବର୍ଷ ମେ ୧୫ ରୁ ଜୁନ ୧୫ ମଧ୍ୟରେ ପ୍ରାୟ ୨୦ ଲକ୍ଷ ଭାରତୀୟ ହ୍ବାଟ୍ସଆପ୍‌ ଆକାଉଣ୍ଟ ଉପରେ ରୋକ ଲଗାଇଛି ।

ଏହା ସହିତ ହ୍ବାଟ୍ସଆପ୍‌କୁ ମୋଟ ୩୪୫ଟି ଅଭିଯୋଗ ମଧ୍ୟ ମିଳିଛି । କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ୍‌ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନୂଆ ସୂଚନା ପ୍ରଦ୍ୟୋଗିକି ନିୟମ ଆଧାରରେ ଏହି ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି। ତେଣୁ ଏହାକୁ ଆଧାର କରି ୫୦ ଲକ୍ଷରୁ ଉର୍ଦ୍ଧ୍ବ ଆକାଉଣ୍ଟ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତି ମାସରେ ଅନୂପାଳନ ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ହୋଇଛି ।

ଏହି ରିପୋର୍ଟରେ ସଂପୃକ୍ତ ଡିଜିଟାଲ ମିଡିଆର କେତେ ଗ୍ରାହକ ଅଭିଯୋଗ କରିବାକୁ ଚାହୁଁଛନ୍ତି ଏବଂ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ହେଉଛିୁ କି ନାହିଁ ସେ ନେଇ ପୂରା ତଥ୍ୟ ରହିବ । ତେଣୁ ଏହି ନିୟମକୁ କଡାକଡି ପାଳନ କରିବାକୁ ଯାଇ ସନ୍ଦେହପୂର୍ଣ୍ଣ ଆକାଉଣ୍ଟକୁ ବ୍ୟାନ୍ କରିଛି ହ୍ବାଟ୍ସଆପ୍‌ । ସନ୍ଦେହପୂର୍ଣ୍ଣ ଆକାଉଣ୍ଟ, ତଥା ଅପରାଧ ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଆକାଉଣ୍ଟ ଗୁଡିକ ପାଇଁ ତଦନ୍ତ କରାଯାଇ ବ୍ୟାନ୍‌ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼