Before Header

ବିଜାପୁରରେ ଏନକାଉଣ୍ଟର, ୨ ନକ୍ସଲ ମୃତ

0 862

କୋରକୁଣ୍ଡା (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁରର ନକ୍ସଲ ପ୍ରଭାବିତ ପିଡିଆ ଜଙ୍ଗଲରେ ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଶନିବାର ଦିନ ତମାମ ଏନକାଉଣ୍ଟର ଜାରି ରହିଥିଲା। ପୋଲିସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜାପୁର ଏବଂ ଦାନ୍ତେୱାଡା ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲମାନଙ୍କ ବିରୋଧରେ ଏକ ବଡ ଧରଣର ଅପରେସନ କରାଯାଇଥିଲା।

ଏହି ଅପରେସନରେ ଡିଆରଜି, ବସ୍ତର ଫାଇଟର୍ସ ଏବଂ କୋବ୍ରା ବାହିନୀର ଯବାନ ସାମିଲ ହୋଇଥିଲେ । ବିଜାପୁର ଏସପି ଡାଃ ଜିତେନ୍ଦ୍ର ଯାଦବ କହିଛନ୍ତି ଯେ ପିଡିଆ ଜଙ୍ଗଲରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଜାରି ରହିଛି । ଅନ୍ୟପକ୍ଷରେ ବସ୍ତର ଫାଇଟର୍ସ ଦୁଇ ଜଣ ଯବାନ ନକ୍ସଲ ବିରୋଧୀ ଅପରେସନରେ ଯାଉଥିବା ବେଳେ ଆଇଇଡି ବିସ୍ଫୋରଣରେ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଆହତ ଯବାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁର ପଠାଯାଇଥିଲା।

Leave A Reply

Your email address will not be published.