Masthead

ବିଜାପୁରରେ ଏନକାଉଣ୍ଟର, ୨ ନକ୍ସଲ ମୃତ

କୋରକୁଣ୍ଡା (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁରର ନକ୍ସଲ ପ୍ରଭାବିତ ପିଡିଆ ଜଙ୍ଗଲରେ ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଶନିବାର ଦିନ ତମାମ ଏନକାଉଣ୍ଟର ଜାରି ରହିଥିଲା। ପୋଲିସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜାପୁର ଏବଂ ଦାନ୍ତେୱାଡା ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲମାନଙ୍କ ବିରୋଧରେ ଏକ ବଡ ଧରଣର ଅପରେସନ କରାଯାଇଥିଲା।

ଏହି ଅପରେସନରେ ଡିଆରଜି, ବସ୍ତର ଫାଇଟର୍ସ ଏବଂ କୋବ୍ରା ବାହିନୀର ଯବାନ ସାମିଲ ହୋଇଥିଲେ । ବିଜାପୁର ଏସପି ଡାଃ ଜିତେନ୍ଦ୍ର ଯାଦବ କହିଛନ୍ତି ଯେ ପିଡିଆ ଜଙ୍ଗଲରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଜାରି ରହିଛି । ଅନ୍ୟପକ୍ଷରେ ବସ୍ତର ଫାଇଟର୍ସ ଦୁଇ ଜଣ ଯବାନ ନକ୍ସଲ ବିରୋଧୀ ଅପରେସନରେ ଯାଉଥିବା ବେଳେ ଆଇଇଡି ବିସ୍ଫୋରଣରେ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଆହତ ଯବାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁର ପଠାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ