Masthead

ମହାନଦୀ ଜଳ ପାଇଁ ରାଜନୀତି ସରଗରମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମହାନଦୀ । ଓଡ଼ିଶାର ଜୀବନରେଖା, ଅଣମୌସୁମୀ ସମୟରେ ପଡିଛି ଶୁଖିଲା । ଟ୍ରିବ୍ୟୁନାଲ ଉପରେ ସମସ୍ତଙ୍କ ନଜର । ତେଣେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଓଡ଼ିଶାରେ ଆରମ୍ଭ ହୋଇଛି ରାଜନୀତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ମନ୍ତବ୍ୟ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ବାଘେଲା କହିଛନ୍ତି ମହାନଦୀ ଛତିଶଗଡର । ଆମେ କେବଳ ବ୍ୟାରେଜ କରିଛୁ । ମହାନଦୀକୁ ନେଇ ଟ୍ରିବ୍ୟୁନାଲ ଯିବା ନଥିଲା । ବାଘେଲାଙ୍କୁ କଡା ଜବାବ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି ମହାନଦୀ ଇଣ୍ଟର ଷ୍ଟେଟ ରିଭର । ଇଣ୍ଟର ଷ୍ଟେଟ ରିଭର ଗୁଡିକର ଏକ ଆଇନ ରହିଛି । ମହାନଦୀ ଉପରେ ଏକ ଚାଟିଆ ବ୍ୟବହାର କରି ପାରିବେ ନାହିଁ ଛତିଶଗଡ଼ ସରକାର । ତେଣେ ବିଜେଡି କହିଛି ମହାନଦୀ ଉପରେ ଓଡ଼ିଶାର ଅଧିକାର ଅଧିକ । ବନ୍ୟା ସହୁଛି ଓଡିଶା । ଓଡିଶା ଯାହା କରୁଛି ଆଇନ ଅନୁସାରେ କରୁଛି । ଭୂପେଶ ବାଘେଲଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ ।

ସେପଟେ କଂଗ୍ରେସ କହିଛି ମହାନଦୀ ଆମର ମାଆ । ମୁଖ୍ୟମନ୍ତ୍ରୀ ଚୁପ୍ ବସିବା ଦୁର୍ଭାଗ୍ୟଜନକ । କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଓଡ଼ିଶା ସରକାର ଟ୍ରିବ୍ୟୁନାଲ ସମୟ ସୀମା ୨୦୨୬କୁ ବୃଦ୍ଧି କାହିଁକି କଲେ? ଉହାନଦୀରେ ଛୋଟ ଛୋଟ ବ୍ୟାରେଜ କାହିଁକି ନିର୍ମାଣ କଲେ ନାହିଁ । ମୋର କାର୍ଯ୍ୟକାଳ ଭିତରେ ଦିନେ ହେଲେ ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗରେ ଆଲୋଚନା କଲେ ନାହିଁ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ।   ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟ କ୍ଷେତ୍ର ପରିଦର୍ଶନ କରୁଥିବା ବେଳେ ଛତିଶଗତ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ତେଣେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସରକାରଙ୍କୁ କାଠଗଡ଼ାରେ ଠିଆ କରାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା