Masthead

ସଂସଦ ଭବନ ଉଦଘାଟନକୁ ନେଇ ଚାଲିଛି ରାଜନୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୂତନ ସଂସଦ ଭବନ ଉଦଘାଟନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏହି ଅତ୍ୟାଧୁନିକ ସୌଧ ଆସନ୍ତା ୨୮ରେ ଉଦଘାଟନର ଘୋଷଣା ପରଠାରୁ ଆରମ୍ଭ ହୋଇଛି ରାଜନୀତି । ୧୯ ବିରୋଧୀ ଦଳ ଉଦଘାଟନ ଉତ୍ସବରେ ଯୋଗଦେବେ ନାହିଁ ବୋଲି ଘୋଷଣା କରସାରିିଛନ୍ତି । ମାତ୍ର ବିଜେଡି ଯୋଗଦେବ ବୋଲି ଘୋଷଣା କରିବା ମାତ୍ରେ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି । ସଂସଦ ଭବନ ଭାରତୀୟ ଗଣତନ୍ତ୍ରର ପବିତ୍ର ମନ୍ଦିର। ସଂସଦ ଭବନ ଉଦଘାଟନକୁ ନେଇ ଯେଉଁମାନେ ଦ୍ୱନ୍ଦ୍ଵ କରୁଛନ୍ତି, ତାଙ୍କର ଦେଶପ୍ରେମ, ଦେଶଭକ୍ତି କେତେ ଅଛି ଜଣାପଡୁଛି । ମୁର୍ଖ ହିଁ ସଂସଦ ଭବନ ଉଦଘାଟନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିବ । ଆଶା କରୁଛୁ, ସେ ମୁର୍ଖାମୀରୁ କଂଗ୍ରେସ ନେତା, ଭାଇ, ବନ୍ଧୁ କୁଟୁମ୍ବ ବିରତ ରହିଲେ, ଦେଶର ମଙ୍ଗଳ ହେବ । ଗଣତାନ୍ତ୍ରିକ ବ୍ୟବସ୍ଥାର ମଙ୍ଗଳ ହେବ ବୋଲି ବିଜେପି ସାଧାରଣ ସମ୍ପାଦକ କହିଛନ୍ତି ।
ନୂଆ ସଂସଦ ଭବନ ଉଦଘାଟନ କିଏ କରିବ ଅଲଗା କଥା । ଉଦଘାଟନକୁ ନେଇ ବିବାଦ କରିବା ଠିକ ନୁହେଁ । ମୁଖ୍ୟମନ୍ତ୍ରୀ ବିବାଦକୁ ନ ଯାଇ ଭଲ କାମରେ କେନ୍ଦ୍ରକୁ ସମର୍ଥନ କରି ଆସିଛନ୍ତି। ଏହାକୁ ନେଇ ରାଜନୀତି କରିବା ଅନୁଚିତ । ଆମର ସମସ୍ତ ସାଂସଦ କାର୍ୟ୍ୟକ୍ରମ ରେ ଭାଗ ନେବେ ବୋଲି ବିଜେଡି କହିଛି । ସଂସଦ ଭବନ ଉଦଘାଟନକୁ ନେଇ ବିଜେପି-ବିଜେଡି ରାଜନୀତି କରୁଛନ୍ତି । ରାଷ୍ଟ୍ରପତି ଉଦଘାଟନ କରନ୍ତୁ । ସେଥିରେ ଅସୁବିଧା କେଉଁଠି ରହୁଛି । ସେ ରାଷ୍ଟ୍ର ମୁଖ୍ୟ । ଯେଉଁମାନେ ରାଷ୍ଟ୍ରପତିଙ୍କୁ ସମ୍ମାନ ଦେଉ ନାହାନ୍ତି, ସେମାନେ ଦୁଃଖ କରିବା କଥା । ବିଜେପି ରାସ୍ତା ଦେଖାଉଛି, ବିଜେଡି ଫଲୋ କରୁଛି ବୋଲି କଂଗ୍ରେସ ତାତ୍ସଲ୍ୟ କରିଛି । ରାଷ୍ଟ୍ରମୁଖ୍ୟ ହିଁ ସରକାରର ମୁଖ୍ୟ । ରାଷ୍ଟ୍ରମୁଖ୍ୟ ନୂତନ ସଂସଦ ଭବନ ଉଦଘାଟନ କଲେ କିଏ ଛୋଟ ହେବ । ପ୍ରଧାନମନ୍ତ୍ରୀ ଉଦଘାଟନ କଲେ କିଏ ବଡ଼ ହେବ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ