ଖପ୍ପା ହେଲେ ସୁଶାନ୍ତଙ୍କ ସମର୍ଥକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମଳିଲାନି ମନ୍ତ୍ରିମଣ୍ଡଳରେ ବିଧାୟକ ସୁଶାନ୍ତ ସିଂଙ୍କୁ ସ୍ଥାନ । ଯାହାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ସୁଶାନ୍ତ । ଆଜି ଶପଥ ନେଇଛନ୍ତି ତିନି ମନ୍ତ୍ରୀ । ସେମାନଙ୍କ ଭିତରେ ପଶ୍ଚିମ ଓଡ଼ିଶାରୁ କେବଳ ଶାରଦା ନାୟକଙ୍କୁ ନିଆଯାଇଛି । ନବ ଦାସଙ୍କ ଦେହାନ୍ତ ପରେ ପଶ୍ଚିମ ଓଡ଼ିଶାରୁ ଗୋଟିଏ ମନ୍ତ୍ରୀ ପଦ ଖାଲି ଥିଲା। ସେହି ସ୍ଥାନରେ ମନ୍ତ୍ରୀପଦ ପାଇବା ପାଇଁ ଭଟଲି ବିଧାୟକ ସୁଶାନ୍ତ ସିଂ ଆଶାବାଦୀ ଥିଲେ। ତେବେ ତାଙ୍କୁ ମନ୍ତ୍ରୀପଦ ମିଳିନାହିଁ ।

ଏଥିରେ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏପରିକି ତାଙ୍କୁ ଆଜିର ଶପଥ ଗ୍ରହଣ ସମାରୋହରେ ଦେଖିବାକୁ ମିଳିନଥିଲା। ଏପରିକି ତାଙ୍କୁ ଆଜିର ଶପଥ ଗ୍ରହଣ ସମାରୋହରେ ଦେଖିବାକୁ ମିଳିନଥିଲା। ପଦ୍ମପୁର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ପରେ ସୁଶାନ୍ତଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ନିଆଯିବ ବୋଲି ଚର୍ଚ୍ଚା ହେଉଥିଲା। ସେପଟେ ରେସରୁ ପଶ୍ଚିମ ଓଡିଶାର ହେବିୱେଟ ନେତା ସୁଶାନ୍ତ ସିଂ କଟିଲା ପରେ ବଲାଙ୍ଗିର, ବରଗଡ, ସମ୍ବଲପୁରରେ ସମର୍ଥକଙ୍କ ଅସନ୍ତୋଷ ଦେଖାଦେଇଛି । ଦଳରେ ନିଜେ ସୁରକ୍ଷିତ ନୁହନ୍ତି ସୁଶାନ୍ତ, ଆମେ କେମିତି ଆଶା କରିବୁ ବୋଲି ବରଗଡ ଜିଲ୍ଲା ବିଜେଡି ସଭାପତି କହିଛନ୍ତି । ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ