Masthead

ରୋଗୀ ଦେଖାଇବାକୁ ଆସି ଡାକ୍ତର ଓ କର୍ମଚାରୀଙ୍କୁ ମାଡ, ୨ ଗିରଫ

ସୋର (ବଡ଼ ଖବର): ରୋଗୀ ଦେଖାଇବାକୁ ଆସି ଡାକ୍ତର ଓ କର୍ମଚାରୀଙ୍କୁ ମାଡ । ମାଡ ମାରିଥିବା ୨ ଯୁବକଙ୍କୁ ନିର୍ଧୁମ ଛେଚି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟଛି ବାଲେଶ୍ବର ଜିଲ୍ଲା ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ।

ସୋର ଥାନା ଅଧିନ ସରଶଙ୍ଖ ଓ ପିତାକାଳିଆ ଅଞ୍ଚଳର କିଛି ଯୁବକ ଜଣେ ରୋଗୀକୁ ଚିକିତ୍ସା କରିବା ପାଇଁ ସୋର ଡାକ୍ତରଖାନାକୁ ଆସିଥିଲେ । ସେହି ସମୟରେ ଡାକ୍ତର ଅନ୍ୟ ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରୁଥିଲେ । ଏଥିରେ ଯୁବକ ମାନେ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହ କର୍ମଚାରୀଙ୍କୁ ମାଡ ମାରିଥିଲେ । ଏହା ଦେଖି ଘଟଣାସ୍ଥଳରେ ଥିବା ସ୍ଥାନୀୟ କିଛି ଲୋକ ଡାକ୍ତରଖାନା କର୍ମଚାରୀଙ୍କୁ ମାଡ ମାରିଥିବା ଯୁବକଙ୍କ ମଧ୍ୟରୁ ୨ ଜଣଙ୍କୁ ଧରି ନିର୍ଧୁମ ଛେଚିଥିଲେ । ପରେ ପୋଲିସରେ ଜିମା ଦେଇଥିଲେ ।

ଯୁବକ ଦୁଇ ଜଣ ହେଲେ ସରଶଙ୍ଖ ଓ ପିତାକାଳିଆ ଅଞ୍ଚଳର ଲକ୍ଷ୍ମଣ ଜେନା ଓ ସୌମ୍ୟରଞ୍ଜନ ବାରିକ୍ । ପୋଲିସ ସେମାନଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି