Masthead

ଭାଙ୍ଗିଲା ପ୍ରଣବଙ୍କ ଫାର୍ମ ହାଉସ ପାଚେରୀ

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଭାଙ୍ଗିଲା ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ପାଚେରୀ । ଉଛେଦ ହେଲା ଜବର ଦଖଲ ଫାର୍ମ ହାଉସ ଜମି। ଫାର୍ମ ହାଉସ ନିକଟରେ ପୋଲିସ ପ୍ରଶାସନ ଜବର ଦଖଲ ଉଚ୍ଛେଦ ହୋଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଡ଼ ମଧୂପୂର ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ରହିଛି। ଯେଉଁ ଫାର୍ମ ହାଉସ ପାଚେରୀ ମଧ୍ୟରେ ସରକାରି ଜମି ରହିଥିବା ଅଭିଯୋଗ ହୋଇଥିଲା। ତଦନ୍ତ ପରେ ତଳଗଡ ରାଜସ୍ଵ ନୀରିକ୍ଷକ ଉକ୍ତ ଫାର୍ମ ହାଉସ ଭିତରେ ୧ ଏକର ୧୦ ଡିସିମିଲ ଜାଗା ରହିଥିବା ରିପୋର୍ଟ କରିବା ପରେ ଜାଗା ଉଛେଦ ହେବ ବୋଲି ଜଣା ପଡିଥିଲା।

ପ୍ରଣବଙ୍କୁ ନୋଟିସ ପରେ ମାପ ଚୁପ ହୋଇଥିଲା। ଯାହାକୁ ନେଇ ପ୍ରଣବ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ଡିମାର୍କେଶନ ଆବେଦନ କରିଥିଲେ। ଧର୍ମଶାଳା ତହସିଲ ପକ୍ଷରୁ ଦୁଇ ଦିନ ଧରି ଉକ୍ତ ଜାଗା ମାପ ଚୁପ ହେବା ପରେ ପ୍ରଣବଙ୍କୁ ଦଖଲରେ ନଥିବା ୧ ଏକର ୨୭ ଡ଼ିସିମିଲ ଜାଗା ଚିହ୍ନଟ କରାଇଥିବା ବେଳେ ତାଙ୍କ ଦଖଲରେ ଥିବା ୧ ଏକର ୧୦ ଡ଼ିସିମିଲ ଉଛେଦ ପାଇଁ ଆଇନ ଗତ ବ୍ୟବସ୍ଥା କରାଯାଇଥିଲା । ଆଜି ଉକ୍ତ ଜବର ଦଖଲ ଉଛେଦ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଉପସ୍ଥିତି ସହିତ ପୋଲିସ ପ୍ରଶାସନ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍