Masthead

ଚାଷୀ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ବଜେଟ୍ ଅଧିବେଶନରେ ପ୍ରଥମ ପର୍ଯ୍ୟାୟର ଶେଷ ଦିନ । ଗୃହ ଆରମ୍ଭ ଦିନଠାରୁ ଲାଗି ରହିଛି ଅଚଳାବସ୍ଥା । ଚାଲି ପାରୁନି ପ୍ରଶ୍ନ କି ଶୂନ୍ୟକାଳ ଗୋଟେ ବି ମୁଲତବୀ ପ୍ରସ୍ତାବ ଉପରେ ହୋଇନାହିଁ ଆଲୋଚନା । ସମ୍ମାନ ଅବସ୍ଥା ମଧ୍ୟ ଆଜି ଗୃହରେ ଦେଖିବାକୁ ମିଳିପାରେ । ଚାଷୀ ପ୍ରସଙ୍ଗରେ ବିଜେଡି ତ୍ ଏଫଷ୍ଟିନ ଫାଇଲ କଥା ଉଠାଇ ଗୃହରେ ହଲାବୋଲ କରିପାରନ୍ତି ବିରୋଧୀ ।

ପଂଚାୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଙ୍ଗଲ,ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ, ସରକାରୀ ଉଦୋଗ୍ୟ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ଭଳି ବିଭାଗର ରହିଛି ପ୍ରଶ୍ନ କାଳ। ଶୂନ୍ୟକାଳ ଅପେକ୍ଷାରେ ବିଧାୟକ । ଅପରାହ୍ନରେ କମିଟି ରିପୋର୍ଟ, ରିପୋର୍ଟ ଓ କାଗଜ ହେବ ଉପସ୍ଥାପନ । ବଜେଟ୍ ଉପରେ ସାଧାରଣ ଆଲୋଚନାରେ ଭାଗ ନେଇ ଗୃହରେ ବିବୃତି ରହିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ।

ଚାଷୀ ପ୍ରସଙ୍ଗରେ ଗୃହ ଚଳାଇ ଦେଉନଥିବା ବିଜେଡି ଆଜି ବଡ଼ ଆନ୍ଦୋଳନ କରିବ । ମଙ୍ଗଳବାର କୃଷି ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବ ଦଳ। ଲୋୟର ପିଏମଜିରେ ବିଶାଳ ପ୍ରତିବାଦ ସଭା କରି ରାଜ୍ୟ ସରକାରଙ୍କୁ ଘେରିବ ଦଳ । ୧୫ ଦିନରୁ ଅଧିକ ସମୟ ଧରି ଜିଲ୍ଲାସ୍ତରରେ ବିକ୍ଷୋଭ କରୁଥିବା ବିଜେଡି ଲୋୟର ପିଏଜମିରେ ହୁଙ୍କାର ଦେବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ନେତୃତ୍ବରେ ଆଜି ସହ ବଡ଼ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି ।

ଚାଷୀ ଓ ମଣ୍ଡି ସମସ୍ୟା ପ୍ରସଙ୍ଗରେ ଏକସ୍ବର ହୋଇଛନ୍ତି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ।  ୩ଥର ମୁଲତବି ହୋଇଥିବା ବେଳେ ଘଣ୍ଟାଏରୁ କମ ସମୟ ଚାଲିଛି ଗୃହକାର୍ୟ୍ୟ । ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ବି ନିଜ ଜିଦରେ ଅଟଳ ୩ ଦଳ । ବିଧାନସଭାରେ ଲୋକଙ୍କ ପ୍ରସଙ୍ଗରେ ଆଲୋଚନା ଏବେ ସ୍ବପ୍ନ ପାଲଟିଲାଣି । ବଜେଟ ଅଧିବେଶନରେ ଏହା ଜଳ ଜଳ ଦିଶୁଛି । ରାଜନୈତିକ ଦଳ ନିଜର ଦଳୀୟ ସ୍ବାର୍ଥ ପାଇଁ ରାଜ୍ୟର ସ୍ବାର୍ଥକୁ ବଳି ପକାଇ ଦେବାକୁ ପଛାଉନାହାନ୍ତି ।  ଆଜି ବିଧାନସଭା ଚାଲିବ ନା ହୋହାଲ୍ଲାରେ କମ୍ପିବ ବିଧାନସଭା ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି