ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେଲା ‘ଅପରାଜିତା’ ବିଲ

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ମହିଳା ବିରୋଧୀ ଅପରାଧିକ ମାମଲା ବୃଦ୍ଧି ପାଇବା ମଧ୍ୟରେ ଐତିହାସିକ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର। ଦୁଷ୍କର୍ମ, ଗଣଦୁଷ୍କର୍ମ, ଯୌନ ନିର୍ଯାତନା ଓ ହତ୍ୟା ଭଳି ପାଶବୀୟ ଅପରାଧକୁ ରୋକିବା ପାଇଁ ଆଜି ବେଙ୍ଗଲ ବିଧାନସଭାରେ ପାରିତ ହୋଇଛି ଦୁଷ୍କର୍ମ ବିରୋଧୀ ବିଲ୍, ଯାହାର ନାଁ ‘ଅପରାଜିତା’ ରଖାଯାଇଛି। ଏହି ବିଲ ଅନୁଯାୟୀ, ବଳାତ୍କାର ପୀଡିତାଙ୍କ ମୃତ୍ୟୁ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ପଶ୍ଚିମବଙ୍ଗ ବିଧାନସଭାରେ ଉପସ୍ଥାପିତ ହୋଇଥିବା ‘ଅପରାଜିତା ମହିଳା ଏବଂ ଶିଶୁ ବିଲ’ ର ତିନୋଟି ମୁଖ୍ୟ ବିଷୟ ଅଛି, ଯାହା ବଳାତ୍କାରର ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରୁଛି।

– ଯଦି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଏ, ତେବେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯିବ।
– ଯଦି କୌଣସି ମହିଳାଙ୍କୁ ଦୁଷ୍କର୍ମ କରାଯାଏ ଏବଂ ଏହି ଅପରାଧ କରିଥିବା ଅପରାଧୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ।
– ଯଦି ନାବାଳିକାକୁ ଦୁଷ୍କର୍ମ  କରାଯାଏ, ତେବେ ଅପରାଧୀଙ୍କୁ ଉଭୟ ୨୦ ବର୍ଷ ଜେଲ ଓ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି।

କୋଲକାତାର ଆର୍‌.ଜି କର ମେଡିକାଲ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲା ସମ୍ପର୍କରେ ମମତା ସରକାର ଚର୍ଚ୍ଚାରେ ଅଛନ୍ତି। କୋଲକାତା ମାମଲା ପରେ ମମତା ବାନାର୍ଜୀ ବଳାତ୍କାର ସମ୍ପର୍କରେ ଏକ ଆଇନ ଆଣିବେ ବୋଲି ଘୋଷଣା କରିଥିଲେ। ଏ ସମ୍ପର୍କରେ ସେ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମଧ୍ୟ ଘୋଷଣା କରିଥିଲେ। ମମତା କହିଥିଲେ ଯେ ପୀଡିତାଙ୍କୁ ଶୀଘ୍ର ନ୍ୟାୟ ମିଳିବ। ବିଧାନସଭାରେ ଉପସ୍ଥାପିତ ଏହି ବିଲକୁ ବିଜେପି ନିଜର ସମ୍ମତି ଜଣାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!