Masthead

କେନ୍ଦ୍ର ଚିଠି କରିବା ଶାସନ ବ୍ୟବସ୍ଥାର ଗୋଟେ ପ୍ରକ୍ରିୟା: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୫ ଟି ସଚିବଙ୍କୁ ବିରୋଧୀଙ୍କ ଆକ୍ରମଣ ପରେ ବିଜେଡିର ପ୍ରତିକ୍ରିୟା । ପ୍ରିତିକ୍ରିୟା ରଖିଲେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି କେନ୍ଦ୍ରର ଚିଠି ଏକ ସ୍ୱାଭାବିକ ପ୍ରକ୍ରିୟା । ନୂଆ କଥା କିଛି ନୁହେଁ । ଆଗରୁ ମଧ୍ୟ ଏକାଧିକ ଥର ଏମିତି ଘଟଣା ଘଟିଛି । ଏଇଟା ଶାସନ ବ୍ୟବସ୍ଥା ବା ସିଷ୍ଟମର ଗୋଟେ ପ୍ରକ୍ରିୟା । ଏଇଟା ସେମିତି କିଛି ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ । ଚିଠି କେବଳ ପ୍ରଶାସନିକ ବ୍ୟବସ୍ଥାର ଗୋଟେ ଅଂଶ ବିଶେଷ । ମୁଁ ବୁଝି ପାରୁନି କେଉଁଟା ଉଲଂଘନ ହେଲା । ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନକୁ ବି ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଛନ୍ତି ।

ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଲୋକଙ୍କର ନିକଟତର ହେଉଛନ୍ତି ଅସୁବିଧା କଣ । ସରକାର ଯଦି ଲୋକଙ୍କ ପାଖରେ ପହଁଚୁଛନ୍ତି ଏଥିରେ ଅସ୍ୱଭାବିକତା ବା ଅଗଣତାନ୍ତ୍ରିକ କେଉଁଠି ରହିଲା । କିଛି ଲୋକ କହୁଛନ୍ତି ଯେ ପାୱାର ଡେଲିଗେଟ ହେଉଛି । ମୁଖ୍ୟମନ୍ତ୍ରୀ ଆମ ସରକାରର ମୁଖ୍ୟ । ମୁଖ୍ୟମନ୍ତ୍ରୀ ଆମ ଦଳର ବି ମୁଖ୍ୟ । ଦଳର ସଭାପତି ଭାବେ ମୁଖ୍ୟମନ୍ତ୍ରୀ ଦଳର ବିଭିନ୍ନ କାର୍ୟ୍ୟକର୍ତ୍ତାମାନଙ୍କୁ ଦାୟିତ୍ୱ ଦିଅନ୍ତି । କ୍ଷମତା ହସ୍ତାନ୍ତର କରନ୍ତିନି । ଦଳର ସମ୍ବିଧାନ ତାଙ୍କୁ ଯେଉଁ କ୍ଷମତା ଦେଇଛି ତାକୁ ସେ ହସ୍ତାନ୍ତର କରନ୍ତିନି । ସେମିତି ମୁଖ୍ୟମନ୍ତ୍ରୀ ଶାସନର ବି ମୁଖ୍ୟ ।

ସେହିପରି ସେ ସରକାରର ବିଭିନ୍ନ ବ୍ୟକ୍ତିଙ୍କୁ ଡ୍ୟୁଟି ଦେବା ବା କର୍ତ୍ତବ୍ୟ ଦେବା ହେଉଛି ବି ମୁଖ୍ୟମନ୍ତ୍ରୀ ଙ୍କ ର କାମ । ଏଥିରେ ଅସ୍ବଭାବିକତା ରହିଲା । ଯେଉଁମାନଙ୍କ ପାଖରେ ପ୍ରସଙ୍ଗ ନଥାଏ ସେମାନେ ଏହି ଭଳି କଥା କୁ ପ୍ରସଙ୍ଗ କରନ୍ତି। ଆଗରୁ ମଧ୍ୟ ଏମିତି ଡ଼ିଓପିଟି ଅନେକ ଥର ଚିରାଚରିତ ଚିଠି ଦେଇଛି । ବିକାଶ ପ୍ରକ୍ରିୟାରେ କେହି ବି ବାଧା ସୃଷ୍ଟି କରନ୍ତୁ ନାହିଁ । ଯଦି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖରେ ପହଁଚୁଛି ଲୋକ ଖୁସି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ