Masthead

ସେବା ପାଇଁ ନୂଆ କାରକୁ ଆମ୍ବୁଲାନ୍ସରେ ପରିଣତ କଲେ ଯୁବକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ବହୁ ଲୋକ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ବେଡ ଖୋଜୁଛନ୍ତି । ପାଉ ନାହାନ୍ତି ଅକ୍ସିଜେନ୍ ସିଲିଣ୍ଡର ଓ ଆବଶ୍ୟକ ଔଷଧ । ଆମ୍ବୁଲାନ୍ସ ସେବା ମଧ୍ୟ ମିଳୁନାହିଁ । ଏଭଳି ସ୍ଥିତିରେ କିଛି ଲୋକ ସହଯୋଗର ହାତ ବଢାଇବାକୁ ଘରୁ ପାଦ କାଢିଛନ୍ତି । ଏମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ଦିଲ୍ଲୀ ବାସିନ୍ଦା ହିମାଂଶୁ ନାଗିଆ । ନୋଏଡାରେ ଏକ ଆଇଟି କମ୍ପାନିରେ ଚାକିରି କରିଥିବା ହିମାଂଶୁ ତାଙ୍କ ନୂଆ କାରକୁ ଆମ୍ବୁଲାନ୍ସରେ ପରିଣତ କରିଛନ୍ତି । ସେଥିରେ ସେ ଅକ୍ସିଜେନ୍ ସିଲିଣ୍ଡର, ଔଷଧ, ଅକ୍ସିମିଟର, ଖାଦ୍ୟ, ପାଣି ଓ ଅକ୍ସିଜେନ୍ କେନ୍ ରଖିଛନ୍ତି । କରୋନା ରୋଗୀଙ୍କ ପରିବାରଠାରୁ ଫୋନ କଲ ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଯାଉଛନ୍ତି ।

ଏଭଳି ବ୍ୟବସ୍ଥା ସେ ଏପ୍ରିଲ ମାସରୁ ଆରମ୍ଭ କରିଥିବା କହିଛନ୍ତି । ହିମାଂଶୁ କହିଛନ୍ତି, ସେତେବେଳେ ଦିଲ୍ଲୀରେ ଅକ୍ସିଜେନ୍ ସିଲିଣ୍ଡରର ଘୋର ଅଭାବ ଥିଲା, ବଜାରରେ ମିଳୁନଥିଲା । କୌଣସି ପ୍ରକାରେ ଗୁରୁଦ୍ୱାରର ରାଜୋରୀ ଗାର୍ଡେନ୍ରୁ ସେ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡର ତାଙ୍କ ପଡୋଶୀଙ୍କ ପାଇଁ ବ୍ୟବସ୍ଥା କରିଦେଇଥିଲେ । ପରେ ସେ ଯେତେବେଳେ ପୂର୍ବ ଦିଲ୍ଲୀରୁ ରାଜୋରି ଗାର୍ଡେନ୍ ଯାଆନ୍ତି, ଦେଖନ୍ତି, କେବଳ ସିଏ ନୁହଁନ୍ତି, ତାଙ୍କ ଭଳି ଶହ ଶହ ଲୋକ ଅକ୍ସିଜେନ୍ ସିଲିଣ୍ଡର ପାଇଁ ସଂଘର୍ଷ କରୁଛନ୍ତି । ଏହି ଦୃଶ୍ୟ ତାଙ୍କୁ ଆନ୍ଦୋଳିତ କରିଥିଲା । ପରେ ହିମାଂଶୁ ଚିନ୍ତା କଲେ ପ୍ରତିଦିନ କିଛି ସମୟ ବାହାର କରି ଲୋକଙ୍କ ସେବା କରିବେ । ପରେ ସେ ନିଜ କାରକୁ ଆମ୍ବୁଲାନ୍ସରେ ପରିଣତ କରିଦେଇଛନ୍ତି । ଲୋକଙ୍କ ସେବା କରୁଥିବାରୁ ଶାନ୍ତି ମିଳୁଛି ବୋଲି ହିମାଂଶୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା