Masthead

ଖଣି ଶିଳ୍ପ ଅଞ୍ଚଳରେ କଳଙ୍କ ଛିଟା

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଖଣି ଶିଳ୍ପ ଅଂଚଳରେ କଳଙ୍କ ଛିଟା । ପେଟ ପାଇଁ ଏଠୁ ବି ଯାଉଛନ୍ତି ଦାଦନ ଖଟି । ଦଲାଲଙ୍କ କବଳରେ ଆଦିବାସୀ ପରିବାରର ନିରିହ ନାବାଳିକା ଓ ନାବାଳକ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକରେ ଏବେ ଶିଶୁ ଦାଦନ ଶ୍ରମିକ । ଯାହା ସରକାରଙ୍କ ଶିଳ୍ପ ସ୍ଥାପନା କୁ ନେଇ ଉଠାଇଛି ପ୍ରଶ୍ନ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବନ୍ଧାଗାଁ ଅଂଚଳ ରୁ ତାମିନାଡୁ କୁ ଦାଦନ ଶ୍ରମିକ ଚାଲଣ ହେଉଥିବା କଥା ପ୍ରଥମେ ଆମେ ଜାଣିବା କୁ ପାଇଥିଲୁ । ପରେ ଏନେଇ ଆରମ୍ଭ କରିଥିଲୁ ଗ୍ଦଗ୍ଧସଦ୍ଭଶ ଅପରେସନ୍ ଦାଦନ । ଖବର ଭିତରକୁ ଗଲା ପରେ ଖବର ଯାହାଥିଲା । ତାଠାରୁ ଢେର ଅଧିକା ଲୋମ ହର୍ସଣ କାରି ଘଟଣା ଦେଖିବାକୁ ମିଳିଲା ତାମିଲନାଡୁ ଆସିଥିବା ଏହି ବସ ଭିତ ରେ । ଆମ ଅପରେସନ୍ ପରେ ନିଦ ଭାଙ୍ଗିଲା ଜିଲ୍ଲା ପ୍ରଶାସନର ।

ଉଦ୍ଧାର ହେଲେ ୭ ନାବାଳିକା ୯ ନାବାଳକା ସହ ମୋଟ୍ ୧୬ ଜଣ ଶିଶୁ ଶ୍ରମିକ । ସରକାର ଶିଳ୍ପ ରାଜଧାନୀ କଳିଙ୍ଗନର ଓ ସୁନାର ସୁକିନ୍ଦା କହୁଥିବା ବେଳେ ପ୍ରକୃତ ପକ୍ଷରେ ଏଠିକାର ଭୋକର ଭୂଗୋଳର କଥା ସଂପୂର୍ଣ୍ଣ ଅଲଗା । ଦଲାଲଙ୍କ କବଳରେ ନିରିହ ଆଦିବାସୀ ପିଲାମାନେ । ଦଲାଲ ନେଟୱାର୍କ ଥିଲା ଅନ୍ତୋଜିଲ୍ଲା । ଏତିକିରେ କଥା ସରିଲାନି ଦଲାଲ ମାନଙ୍କ ହାତ ଲମ୍ବିଛି ରାଜ୍ୟରୁ ରାଜ୍ୟ ସୁଦୁର ତାମିଲନାଡୁ ପର୍ଯ୍ୟନ୍ତ । ତେବେ ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକ ମାନଙ୍କୁ ପୋଲିସ୍ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଉଦ୍ଧାର କରିଥିବା ବେଳେ ୧୮ ବର୍ଷ ଉଦ୍ଧ୍ୱର୍ ରହିଥିବା ରହିଥିବା ଶ୍ରମିକ ମାନଙ୍କୁ ପୋଲିସ୍ ଘରକୁ ପଠାଇ ଥିଲା ।

ସେପଟେ ତାମିଲନାଡୁର ଆସିଥିବା ବସକୁ ସୁକିନ୍ଦା ପୋଲିସ୍ ଥାନାରେ ଅଟକ ରଖି ତଦନ୍ତ ଜାର ରଖିବା ବେଳେ ଜିଲ୍ଲାପାଳ ଚକ୍ରବତୀ ସିଂହ ରାଠୋର ଏହି ଘଟଣାର ତଦନ୍ତ ଚାଲି ଥିବା ବଡ଼ ଖବରକୁ କହିଛନ୍ତି । ତେବେ ଗୋଟିଏ ପାଶ୍ୱର୍ରେ ଶିଳ୍ପ ଅନ୍ୟ ପାଶ୍ୱର୍ରେ ଖଣି ତଥାପି ଏଠିକା ଶିଶୁ ଓ ଶ୍ରମିକ ବାହାର ରାଜ୍ୟ କୁ ଯାଉଛନ୍ତି ଦାଦନ ଖଟି । ଯାହା ରାଜ୍ୟ ସରକାର ଶିଳ୍ପ ସ୍ଥାପନ ଉପରେ ଉଠାଇଛି ପ୍ରଶ୍ନ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ