Before Header

ଖଣି ଶିଳ୍ପ ଅଞ୍ଚଳରେ କଳଙ୍କ ଛିଟା

0 81

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଖଣି ଶିଳ୍ପ ଅଂଚଳରେ କଳଙ୍କ ଛିଟା । ପେଟ ପାଇଁ ଏଠୁ ବି ଯାଉଛନ୍ତି ଦାଦନ ଖଟି । ଦଲାଲଙ୍କ କବଳରେ ଆଦିବାସୀ ପରିବାରର ନିରିହ ନାବାଳିକା ଓ ନାବାଳକ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକରେ ଏବେ ଶିଶୁ ଦାଦନ ଶ୍ରମିକ । ଯାହା ସରକାରଙ୍କ ଶିଳ୍ପ ସ୍ଥାପନା କୁ ନେଇ ଉଠାଇଛି ପ୍ରଶ୍ନ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବନ୍ଧାଗାଁ ଅଂଚଳ ରୁ ତାମିନାଡୁ କୁ ଦାଦନ ଶ୍ରମିକ ଚାଲଣ ହେଉଥିବା କଥା ପ୍ରଥମେ ଆମେ ଜାଣିବା କୁ ପାଇଥିଲୁ । ପରେ ଏନେଇ ଆରମ୍ଭ କରିଥିଲୁ ଗ୍ଦଗ୍ଧସଦ୍ଭଶ ଅପରେସନ୍ ଦାଦନ । ଖବର ଭିତରକୁ ଗଲା ପରେ ଖବର ଯାହାଥିଲା । ତାଠାରୁ ଢେର ଅଧିକା ଲୋମ ହର୍ସଣ କାରି ଘଟଣା ଦେଖିବାକୁ ମିଳିଲା ତାମିଲନାଡୁ ଆସିଥିବା ଏହି ବସ ଭିତ ରେ । ଆମ ଅପରେସନ୍ ପରେ ନିଦ ଭାଙ୍ଗିଲା ଜିଲ୍ଲା ପ୍ରଶାସନର ।

ଉଦ୍ଧାର ହେଲେ ୭ ନାବାଳିକା ୯ ନାବାଳକା ସହ ମୋଟ୍ ୧୬ ଜଣ ଶିଶୁ ଶ୍ରମିକ । ସରକାର ଶିଳ୍ପ ରାଜଧାନୀ କଳିଙ୍ଗନର ଓ ସୁନାର ସୁକିନ୍ଦା କହୁଥିବା ବେଳେ ପ୍ରକୃତ ପକ୍ଷରେ ଏଠିକାର ଭୋକର ଭୂଗୋଳର କଥା ସଂପୂର୍ଣ୍ଣ ଅଲଗା । ଦଲାଲଙ୍କ କବଳରେ ନିରିହ ଆଦିବାସୀ ପିଲାମାନେ । ଦଲାଲ ନେଟୱାର୍କ ଥିଲା ଅନ୍ତୋଜିଲ୍ଲା । ଏତିକିରେ କଥା ସରିଲାନି ଦଲାଲ ମାନଙ୍କ ହାତ ଲମ୍ବିଛି ରାଜ୍ୟରୁ ରାଜ୍ୟ ସୁଦୁର ତାମିଲନାଡୁ ପର୍ଯ୍ୟନ୍ତ । ତେବେ ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକ ମାନଙ୍କୁ ପୋଲିସ୍ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଉଦ୍ଧାର କରିଥିବା ବେଳେ ୧୮ ବର୍ଷ ଉଦ୍ଧ୍ୱର୍ ରହିଥିବା ରହିଥିବା ଶ୍ରମିକ ମାନଙ୍କୁ ପୋଲିସ୍ ଘରକୁ ପଠାଇ ଥିଲା ।

ସେପଟେ ତାମିଲନାଡୁର ଆସିଥିବା ବସକୁ ସୁକିନ୍ଦା ପୋଲିସ୍ ଥାନାରେ ଅଟକ ରଖି ତଦନ୍ତ ଜାର ରଖିବା ବେଳେ ଜିଲ୍ଲାପାଳ ଚକ୍ରବତୀ ସିଂହ ରାଠୋର ଏହି ଘଟଣାର ତଦନ୍ତ ଚାଲି ଥିବା ବଡ଼ ଖବରକୁ କହିଛନ୍ତି । ତେବେ ଗୋଟିଏ ପାଶ୍ୱର୍ରେ ଶିଳ୍ପ ଅନ୍ୟ ପାଶ୍ୱର୍ରେ ଖଣି ତଥାପି ଏଠିକା ଶିଶୁ ଓ ଶ୍ରମିକ ବାହାର ରାଜ୍ୟ କୁ ଯାଉଛନ୍ତି ଦାଦନ ଖଟି । ଯାହା ରାଜ୍ୟ ସରକାର ଶିଳ୍ପ ସ୍ଥାପନ ଉପରେ ଉଠାଇଛି ପ୍ରଶ୍ନ ।

 

Leave A Reply

Your email address will not be published.