Masthead

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୩ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ । ରାଇରଙ୍ଗପୁର ରେଳ ଷ୍ଟେସନରେ ୩ ରେଳ ପ୍ରକଳ୍ପର କରିବେ ଶିଳାନ୍ୟାସ । ବାଦାମପାହାଡ଼ କେନ୍ଦୁଝର ନୂଆ ରେଳ ଲାଇନ, ଗୋରୁମହିଷାଣି-ବାଙ୍ଗିରିପୋଷି ଓ ବୁଡ଼ାମରା-ଚାକୁଳିଆ ରେଳ ଲାଇନ କରିବେ ଶିଳାନ୍ୟାସ । ଏହା ବ୍ୟତୀତ ବ୍ରିଟିଶ ସମୟରୁ ଥିବା ଦାଣ୍ଡବୋସ ଏୟାରଷ୍ଟ୍ରିପ୍ର ୫୦ କୋଟି ଖର୍ଚ୍ଚରେ ସମ୍ପ୍ରସାରଣ ହେବ । ରାଷ୍ଟ୍ରପତି ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେବେ ।

ଏହା ବ୍ୟତୀତ ରାଇରଙ୍ଗପୁର ହସ୍ପିଟାଲ ପରିସରରେ ଶହେ ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ଗବେଷଣା କେନ୍ଦ୍ର ଖୋଲିବ । ସାରା ଦେଶରେ ମାତ୍ର ୧୦ଟି ଆୟୁର୍ବେଦିକ ଗବେଷଣା କେନ୍ଦ୍ର ହେଉଥିବା ବେଳେ ରାଇରଙ୍ଗପୁରରେ ଗୋଟିଏ ପ୍ରତିଷ୍ଠା ହେବ । ଏହି ଅବସରରେ ରାଷ୍ଟ୍ରପତି ବାମନଘାଟିରେ ଚାଷୀଙ୍କୁ ୩ ହଜାର ଉନ୍ନତମାନର ଗାଈ ବଣ୍ଟନ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଆସନ୍ତା ୨୪ ତାରିଖ ସକାଳ ୮ଟା ୫୫ରେ ରାଷ୍ଟ୍ରପତି ରାଇରଙ୍ଗପୁରରୁ ବାହାରି ଦିନ ୯ଟା ୫ରେ ମୟୂରଭଞ୍ଜ ଦାଣ୍ଡବୋସ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ବାହାରି ଦିନ ୧୦ଟା ୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ଅବତରଣ କରିବେ । ସେଠାରୁ ଶ୍ରୀମନ୍ଦିରକୁ ଯିବେ । ଦିନ ୧୧ଟା ୨୦ରୁ ୧୧ଟା୫୦ ଭିତରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ।

ପରେ ଭିଆଇପି ରୋଡସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟକୁ ଯାଇ ଏହାର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । କାର୍ୟ୍ୟକ୍ରମ ଶେଷ କରି ଦିନ ୧ଟା ୧୦ରେ ପୁରୀ ରାଜଭବନରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ । ଅପରାହ୍ନ ୨ଟା ୫୦ରେ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱର ଯିବେ । ଭୁବନେଶ୍ୱରସ୍ଥିତ ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ସେଠାରୁ ଭୁବନେଶ୍ୱର ନୂଆ ଜୁଡ଼ିସିଆଲ କୋର୍ଟ କମ୍ପେ୍ଲକ୍ସ ଉଦ୍ଘାଟନରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ପ୍ରାଥମିକ ସୂଚନା ମିଳିଛି । ରାଷ୍ଟ୍ରପତି ହେବା ପରେ ଶ୍ରୀମତୀ ମୁର୍ମୁଙ୍କ ପୁରୀକୁ ଏହା ତୃତୀୟ ଗସ୍ତ । ଗତ ରଥଯାତ୍ରା ସମୟରେ ରାଷ୍ଟ୍ରପତି ପୁରୀ ଆସି ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ