Masthead

ରାଜ୍ୟ ସରକାରଙ୍କର ପ୍ରାଇଭେଟ ପ୍ରୀତି

ଭୁବନେଶ୍ଵର( ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାରଙ୍କର ପ୍ରାଇଭେଟ ପ୍ରୀତି । ଘରୋଇ ସଂସ୍ଥା ହାତରେ ଓଟିଡିସିର ୪ ପାନ୍ଥ ନିବାସକୁ ଟେକି ଦବାକୁ ବସିଛନ୍ତି ରାଜ୍ୟ ସରକାର । ଯାହାକୁ ବିରୋଧ କରିଛି ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ । ସଂଘ ଅଭିଯୋଗ କରିଛିକି ଲାଭ ଦେଉଥିବା ୪ ପାନ୍ଥନିବାସକୁ ସରକାର ପୂର୍ବରୁ ଘରୋଇ ସଂସ୍ଥା ହାତରେ ଟେକି ଦେଇଥିଲେ । ଏହା ପରେ ଆଉ ୪ଟି ପାନ୍ଥନିବାସକୁ ଘରୋଇକରଣ କରିବାକୁ ରାଜ୍ୟ ସରକାର ଟେଣ୍ଡର ପ୍ରକ୍ରିୟା ଆହ୍ୱାନ କରିଛନ୍ତି । ଏହା ଦ୍ୱାରା ପ୍ରାୟ ୧୦୦୦ କର୍ମଚାରୀ ପ୍ରଭାବିତ ହେବା ଆଶଙ୍କା କରିଛି ସଂଘ ।

ଖାଲି ସେତିକି ନୁହେଁ ପାନ୍ଥନିବାସ ଗୁଡ଼ିକ ଘରୋଇ ସଂସ୍ଥା ହାତକୁ ଗଲେ ଏହାର ଦାମ ମଧ୍ୟ ବଢିବ ଯାହାର ସିଧା ପ୍ରଭାବ ପର୍ଯ୍ୟଟକଙ୍କ ଉପରେ ପଡ଼ିବ ବୋଲି ମଧ୍ୟ ସଂଘ ଅଭିଯୋଗ କରିଛି । ପର୍ଯ୍ୟଟନ ମନ୍ତ୍ରୀ ସଚିବ ଓ ଅଧିକାରୀ ଯଦି ଏଭଳି ଘରୋଇ ପ୍ରତିରୁ ନିବୃତ ନହେବେ ତେବେ ଆଗାମି ଦିନରେ ସଂଘ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ