ସ୍ୱାସ୍ଥ୍ୟକାର୍ଡ ବନାମ୍ ସରଜମିନ ସତ

ଲହୁଣୀପଡ଼ା(ବଡ଼ ଖବର ବ୍ୟୁରୋ): ସ୍ୱାସ୍ଥ୍ୟକାର୍ଡ ବନାମ୍ ସରଜମିନ ସତ। ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ଗୋଟିଏ ପଟେ ସ୍ମାର୍ଟକାର୍ଡ ଅନ୍ୟପଟେ ମିଳୁନି ସ୍ୱାସ୍ଥ୍ୟସେବା। କାର୍ଡ ଦେଉଛନ୍ତି ସତ କିନ୍ତୁ ସେବା ନାହିଁ । ଟଙ୍କା ଅଭାବରୁ ମିଳୁନି ଚିକିତ୍ସା । ଗାଁକୁ ପହଞ୍ଚିପାରୁନି ଆମ୍ବୁଲାନ୍ସ। ରୋଗୀ ମଲାପରେ ଦିଆଯାଉଛି ହେଲଥ୍ କ୍ୟାମ୍ପ । ଘଟଣା ଘଟିଛି ସୁନ୍ଦରଗଡ଼ ଲହୁଣୀପଡ଼ା ବ୍ଲକ ଶସ୍ୟକଳା ଗ୍ରାମପଞ୍ଚାୟତର ଡ଼ମାଳ ସ୍କୁଲ ବସ୍ତିରେ। ଚିକିତ୍ସା ଅଭାବରୁ ଆଖି ବୁଜିଲେ ୨ କୋମଳମତି ଶିଶୁ। ଡାକ୍ତରଖାନାରେ ୨ ବର୍ଷର ଶିଶୁ ସହ ମା’ ଗୁୁରୁତର ଅବସ୍ଥାରେ ଚିକିତ୍ସିତ।

ଅଜଣା ରୋଗ ବ୍ୟାପିଲା। ଆଉ ନେଇଗଲା ୨ ନୀରିହ ଶିଶୁଙ୍କ ଜୀବନ। ଅଶୋକ ତୁରୀଙ୍କ ପତ୍ନୀ ଇନ୍ଦୁ ତୁରୀଙ୍କ ୩ ପିଲା ଅଜଣା ରୋଗରେ ପୀଡ଼ିତ ହୋଇଥିଲେ। ଚିକିତ୍ସା ଅବହେଳାରୁ ୨ ପିଲାଙ୍କ ମୃତ୍ୟୁ ହେଲା। ତଥାପି ପ୍ରଶାସନର ନିଦ ଭାଙ୍ଗିଲା ନାହିଁ । ବାରମ୍ବାର ଖବର ପ୍ରସାରଣ ପରେ ଗାଁରେ ଲାଗିଲା ସ୍ୱାସ୍ଥ୍ୟ କ୍ୟାମ୍ପ। ଗାଁର ଲୋକମାନଙ୍କର ମ୍ୟାଲେରିଆ, କରୋନା, ଡ଼େଙ୍କୁ ଜ୍ୱରର ଚିକିତ୍ସା ଚାଲିଛି।

ଦୀର୍ଘ ୨୧ ବର୍ଷର ସରକାର। ବୁଲିବୁଲି ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟକାର୍ଡ଼ । ରାଜ୍ୟର ସାଢେ ୪ କୋଟି ଓଡିଆଙ୍କ ମଧ୍ୟରୁ ଜଣେ କେହିବି ସ୍ୱାସ୍ଥ୍ୟସେବାରୁ ଯେପରି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନ ହୁଅନ୍ତି, ତାହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ନାରା। କିନ୍ତୁ ଲହୁଣିପଡ଼ାର ଏହି ଘଟଣା ରାଜ୍ୟର ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ପଦାରେ ପକାଇଛି। ଏତେ ପରେ ବି ଆମେ କହିବା ନମ୍ବର ୱାନ୍ ?

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ