ଭାରତକୁ ଫ୍ରାନ୍ସର ସହଯୋଗ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ଭାରତରେ କରୋନା ସ୍ଥିତି ଅଣାୟତ୍ତ । କରୋନା ସହିତ ବିଭିନ୍ନ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ଚିନ୍ତାର କାରଣ ହୋଇଛି । ଏପରି ଘଡିସନ୍ଧି ସମୟରେ ଭାରତକୁ ମିଳିଛି ସହଯୋଗର ହାତ । ଫ୍ରାନ୍ସ ଭାରତକୁ ଆଠଟି ଉଚ୍ଚ କ୍ଷମତା ବିଶିଷ୍ଟ ଅମ୍ଲଜାନ ଜେନେରେଟର, ପାଞ୍ଚଦିନ ପାଇଁ ୨୦୦୦ରୋଗୀଙ୍କ ନିମନ୍ତେ ତରଳ ଅମ୍ଳଜାନ ଓ ୨୮ଟି ଭେଣ୍ଟିଲେଟର ଓ ଆଇସିୟୁ ପାଇଁ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେବାକୁ ଘୋଷଣା କରିଛି ।

ଆସନ୍ତା କିଛିଦିନ ଭିତରେ ଫ୍ରାନ୍ସ ଭାତରକୁ ଏହି ସମସ୍ତ ଉପକରଣ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି । ୨୫୦ ଶଯ୍ୟା ପାଇଁ ଆଠଟି ଉଚ୍ଚ କ୍ଷମତା ବିଶଷ୍ଟ ଅକ୍ସିଜେନ ଜେନେରେଟର, ଆଇସିୟୁ ପାଇଁ ୨୮ଟି ଭେଣ୍ଟିଲେଟର ଓ ବିଭିନ୍ନ ଯନ୍ତ୍ରପାତି ଯୋଗାଇ ଦିଆଯିବ ବୋଲି ଟ୍ବିଟ କରି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ଭାରତ ବର୍ତ୍ତମାନ କୋରୋନାର ଦ୍ବିତୀୟ ଲହର ସହିତ ଲଢେଇ କରୁଛି । ବର୍ଦ୍ଧିତ ସଂକ୍ରମିତ ମାମଲା ପାଇଁ ହସ୍ପିଟାଲରେ ବେଡ ଅଭାବ ସହିତ ଅମ୍ଳଜାନର ସମସ୍ୟା ଲାଗିରହିଛି ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭାରତକୁ ସହଯୋଗର ହାତ ବଢାଇଛନ୍ତି । ଭାରତର ସ୍ବାସ୍ଥ୍ୟସେବାରେ ଦୀର୍ଘକାଳୀନ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ଫ୍ରାନ୍ସ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ପ୍ରାନ୍ସ ନୂଆଦିଲ୍ଲୀକୁ ୨୧ଟି ଅକ୍ସିଜେନ୍ ପ୍ଲାଣ୍ଟ ଯୁଦ୍ଧକାଳୀନଭିତ୍ତିରେ ଯୋଗାଇଦେବ । ଏହାକୁ ଭିନ୍ନ ହସ୍ପିଟାଲରେ ସ୍ଥାପନ କରାଯିବ । ଫଳରେ ଦୀଘଁଦିନ ଧରି ଦିଲ୍ଲୀରେ ଅକ୍ସିଜେନ୍ ଅଭାବଜନିତ ସ୍ଥିତିର ସୁଧାର ଆସିପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ