Masthead

ଭାରତକୁ ଫ୍ରାନ୍ସର ସହଯୋଗ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ଭାରତରେ କରୋନା ସ୍ଥିତି ଅଣାୟତ୍ତ । କରୋନା ସହିତ ବିଭିନ୍ନ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ଚିନ୍ତାର କାରଣ ହୋଇଛି । ଏପରି ଘଡିସନ୍ଧି ସମୟରେ ଭାରତକୁ ମିଳିଛି ସହଯୋଗର ହାତ । ଫ୍ରାନ୍ସ ଭାରତକୁ ଆଠଟି ଉଚ୍ଚ କ୍ଷମତା ବିଶିଷ୍ଟ ଅମ୍ଲଜାନ ଜେନେରେଟର, ପାଞ୍ଚଦିନ ପାଇଁ ୨୦୦୦ରୋଗୀଙ୍କ ନିମନ୍ତେ ତରଳ ଅମ୍ଳଜାନ ଓ ୨୮ଟି ଭେଣ୍ଟିଲେଟର ଓ ଆଇସିୟୁ ପାଇଁ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେବାକୁ ଘୋଷଣା କରିଛି ।

ଆସନ୍ତା କିଛିଦିନ ଭିତରେ ଫ୍ରାନ୍ସ ଭାତରକୁ ଏହି ସମସ୍ତ ଉପକରଣ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି । ୨୫୦ ଶଯ୍ୟା ପାଇଁ ଆଠଟି ଉଚ୍ଚ କ୍ଷମତା ବିଶଷ୍ଟ ଅକ୍ସିଜେନ ଜେନେରେଟର, ଆଇସିୟୁ ପାଇଁ ୨୮ଟି ଭେଣ୍ଟିଲେଟର ଓ ବିଭିନ୍ନ ଯନ୍ତ୍ରପାତି ଯୋଗାଇ ଦିଆଯିବ ବୋଲି ଟ୍ବିଟ କରି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ଭାରତ ବର୍ତ୍ତମାନ କୋରୋନାର ଦ୍ବିତୀୟ ଲହର ସହିତ ଲଢେଇ କରୁଛି । ବର୍ଦ୍ଧିତ ସଂକ୍ରମିତ ମାମଲା ପାଇଁ ହସ୍ପିଟାଲରେ ବେଡ ଅଭାବ ସହିତ ଅମ୍ଳଜାନର ସମସ୍ୟା ଲାଗିରହିଛି ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭାରତକୁ ସହଯୋଗର ହାତ ବଢାଇଛନ୍ତି । ଭାରତର ସ୍ବାସ୍ଥ୍ୟସେବାରେ ଦୀର୍ଘକାଳୀନ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ଫ୍ରାନ୍ସ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ପ୍ରାନ୍ସ ନୂଆଦିଲ୍ଲୀକୁ ୨୧ଟି ଅକ୍ସିଜେନ୍ ପ୍ଲାଣ୍ଟ ଯୁଦ୍ଧକାଳୀନଭିତ୍ତିରେ ଯୋଗାଇଦେବ । ଏହାକୁ ଭିନ୍ନ ହସ୍ପିଟାଲରେ ସ୍ଥାପନ କରାଯିବ । ଫଳରେ ଦୀଘଁଦିନ ଧରି ଦିଲ୍ଲୀରେ ଅକ୍ସିଜେନ୍ ଅଭାବଜନିତ ସ୍ଥିତିର ସୁଧାର ଆସିପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି