Masthead

୨୫ରେ ପ୍ରିୟଙ୍କା-ଦିବ୍ୟଶଙ୍କରଙ୍କ ବିବାହ

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାପାଳଙ୍କ ଭଳି ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ ପ୍ରିୟଙ୍କା ଅଗସ୍ତି ବିବାହ କରିବାକୁ ଯାଉଛନ୍ତି । ଦୁଇ ଜିଲ୍ଲାପାଳ ପୂର୍ବରୁ ବିବାହ କରିଥିଲେ ଠିକ୍ ସେହିପରି ପୁଣି ଦିବ୍ୟଶଙ୍କର ଓ ପ୍ରିୟକାଙ୍କ ଅବସ୍ଥା । ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଇଞ୍ଜିନିୟର ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ବେଙ୍ଗାଲୁରୁରେ ସପ୍ଟୱେର ଇଞ୍ଜିନିୟର ଥିବା ଦେକୋଟ ଗ୍ରାମର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କା ଅଗସ୍ତି (ପିନା)ଙ୍କୁ ବିବାହ କରିବେ ଦିବ୍ୟଶଙ୍କର ।

ଏହା ଦିବ୍ୟଶଙ୍କର ଓ ପ୍ରିୟଙ୍କାଙ୍କ ହେବ ଦ୍ଵିତୀୟ ବିବାହ । ଆସନ୍ତା ୨୫ ତାରିଖରେ ପୁରୀର ଏକ ଶିବ ମନ୍ଦିରରେ ବିବାହ ଉତ୍ସବର ଆୟୋଜନ କରାଯାଉଛି । ପ୍ରିୟଙ୍କା ପୂର୍ବରୁ ଧର୍ମଗଡ଼ର ଜଣଙ୍କୁ ବିବାହ କରିଥିଲେ । ୨ବର୍ଷ ପୂର୍ବରୁ ତାଙ୍କର ଛାଡପତ୍ର ହୋଇଥିଲା । ସେହିପରି ଦିବ୍ୟଶଙ୍କର ମଧ୍ୟ ଜୟପାଟଣାର ଜଣଙ୍କୁ ବିବାହ କରିଥିଲେ । କୌଣସି କାରଣରୁ ସେମାନେ ପରସ୍ପରକୁ ଛାଡପତ୍ର ଦେଇଥିଲେ । ବିଧାୟକ କ୍ୟାପଟେନ ଦିବ୍ୟଶଙ୍କରଙ୍କ ଗୋଟିଏ ପୁଅ ଅଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା