Masthead

ଚଳିତ ବର୍ଷ ବନ୍ଦ ହେବନି ୟୁଜି ଓ ପିଜି ପରୀକ୍ଷା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ ବନ୍ଦ ହେବନି ୟୁଜି ଓ ପିଜି ପରୀକ୍ଷା । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ସୂଚନା ଦେଇଛନ୍ତି । ତେବେ ଏହା ସହ ଆସନ୍ତା ଆସନ୍ତା ଜୁନ ୧୮ତାରିଖରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି, “ଚଳିତ ବର୍ଷ କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅନଲାଇନ୍‌ ଜରିଆରେ କ୍ଲାସ ଚାଲିଛି। ପୂର୍ବ ବର୍ଷ କରୋନାର ପ୍ରଥମ ଲହର କାରଣରୁ ମାର୍ଚ୍ଚ ୨୫ତାରିଖରେ ଲକଡାଉନ୍‌ ଘୋଷଣା କରାଯାଇଥିଲା। କିନ୍ତୁ ଏ ବର୍ଷ ରାଜ୍ୟରେ ମେ’୫ରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ତେଣୁ ପାଠ ପଢ଼ିବା ପାଇଁ ସମସ୍ତଙ୍କ ସମୟ ମିଳିଛି। ଜୁନ୍‌ ସୁଦ୍ଧା ବାକି ଥିବା କୋର୍ସ ସରିଯିବ ବୋଲି ସୂଚନା ରହିଛି।

କୂଳପତିମାନେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାପରେ ଆସନ୍ତା ୧୮ତାରିଖରେ ପରୀକ୍ଷାକୁ ନେଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ।” କରୋନା ସଙ୍କଟ ଟଳି ନଥିବାରୁ ୟୁଜି ଓ ପିଜି ପରୀକ୍ଷାକୁ ନେଇ ଚିନ୍ତାରେ ଥିଲେ ଛାତ୍ରଛାତ୍ରୀ। କୁଳପତିମାନଙ୍କ ସହ ବୈଠକ କରି ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷାକୁ ଆଖିରେ ରଖି ଛାତ୍ରଛାତ୍ରୀମାନେ ପଢ଼ା ଜାରି ରଖିବାକୁ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ