ଆରମ୍ଭ ହୋଇଛି ନବରାତ୍ରି ପୂଜା, ଚଳଚଞ୍ଚଳ ମା’ ଶାରଳାଙ୍କ ପୀଠ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସୀନୀ ମା’ଶାରଳାଙ୍କ ପୀଠରେ ଗତକାଲି ଠାରୁ ଆରମ୍ଭ ହେଉଛି ନବରାତ୍ର ପୂଜା । ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର‌୍ୟ୍ୟନ୍ତ ୧୬ ଦିନ ବ୍ୟାପି ମା’ଙ୍କ ପୀଠରେ ଅନୁଷ୍ଠିତ ହେବ ।ଏହି ଅବସରରେ ମା’ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯିବା ସହିତ ମା’ଙ୍କ ପୀଠରେ ପ୍ରତିଦିନ ଷୋଡଶ ଉପଚାର ପୂଜାଵ ଓ ଚଣ୍ଡୀ ପାଠ ଆଦି ଆୟୋଜିତ ହେଉଛି ।

ଏହି ସମୟରେ ମା’ ଙ୍କୁ ଦର୍ଶନ କରିବା ପାଇଁ ଦୂର ଦୁରାନ୍ତରରୁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମୁଥିବାର ଦେଖା ଯାଇଛି। ଆରପଟେ ଚଳିତ ବର୍ଷ ଅଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହିତ ସିସିଟିଭି ର ବ୍ୟବସ୍ଥା କରାଯାଇଛି । ଏହି ପାର୍ବଣ ସମୟରେ ମାଆଙ୍କ ବିଭିନ୍ନ ପ୍ରକାର ବେଶ କରାଯିବା ସହିତ ମାଆଙ୍କୁ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ