Masthead

ପ୍ରିୟଙ୍କା ଗାନ୍ଧି ଭଦ୍ରା ଅଟକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଉତ୍ତର ପ୍ରଦେଶର ଲଖିମପୁର ଖେରିରେ କୃଷକ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଗତକାଲି ଘଟିଥିବା ହିଂସାରେ ୪ ଜଣ ଚାଷୀଙ୍କ ସହ ୮ ଜଣ ମୃତ୍ୟୁ ଘଟିଛି । ତେବେ ଆଜି ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଉଥିବା ସମସ୍ତ ରାଜନେତା ମାନଙ୍କୁ ପୋଲିସ ଅଟକାଇବାରେ ଲାଗିଛି । ଅନ୍ୟପଟେ କଂଗ୍ରେସ, ବିଏସପି ଓ ସପା ଦଳର ଶତାଧିକ କର୍ମୀ ଗତକାଲି ହୋଇଥିବା ହିଂସାକାଣ୍ଡ ପାଇଁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପୋଲିସ ପକ୍ଷରୁ ଚଷୀଙ୍କ ପରିବାରକୁ କେହି ଭଟିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ ଆଜି ସକାଳୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଅନ୍ୟ କଂଗ୍ରେସ ନେତାମାନେ ପୀଡିତ ଚାଷୀଙ୍କ ପରିବାରକୁ ଭେଟିବା ପାଇଁ ଯାଇଥିଲେ । କିନ୍ତୁ ପୋଲିସ ତାଙ୍କୁ ଅଟକାଇଥିଲା । ପୀଡିତ ଚାଷୀଙ୍କ ପରିବାରକୁ କେହି ଭେଟିପାରିବେ ନାହିଁବୋଲି ପୋଲିସ କରିଦେଇଛି । ଆପ ନେତା ସଞ୍ଜୟ ସିଂହ ଓ ଅନ୍ୟ କିଛି ଦଳୀୟ ନେତାଙ୍କୁ ପୋଲିସ ଅଟକ ରଖିଛି । ଘଟଣା ପରେ ଅନେକ ନେତା ଏହାକୁ ବିରୋଧ କରି ରାସ୍ତାରେ ବସିଛନ୍ତି ।

ଗତକାଲି ପ୍ରାଣ ହରାଇଥିବା ଚଷୀମାନଙ୍କ ପରିବାରକୁ ଭେଟିବା ପାଇଁ ଆଜି ପ୍ରିୟଙ୍କା ଦଳୀୟ ନେତାମାନଙ୍କ ସହ ଲଖିମିପୁର ଯିବା ପାଇଁ ବାହାରିଥିଲେ । ତେବେ ସେ ସୀତାପୁର ସ୍ଥିତ ହାରଗାଓଁରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ସେଠାରେ ଅଟକ ରଖିଥିଲା । ଫଳରେ ପ୍ରିୟଙ୍କା ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୋଲିସ ପ୍ରିୟଙ୍କାଙ୍କୁ ସୀତାପୁର ପୋଲିସ ଷ୍ଟେସନକୁ ନେଇଯାଇଥିଲା । ଖବର ଅନୁଯାୟୀ, ଗତକାଲି ଲଖିମପୁର ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି ଓ ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ୪ ଜଣ କୃଷକଙ୍କ ଉପରେ କାର ଚଢାଇ ଦେଇଥିଲା ।ଫଳରେ ସେହି ୪ ଜଣ ଚାଷୀମାନଙ୍କର ମୃତ୍ୟୁ ହୋଇଥିଲା । ଅନେକ ଚାଷୀ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି । ଏଭଳି କାଣ୍ଡ ପରେ ଉତ୍ୟକ୍ତ ଚାଷୀ କେନ୍ଦ୍ରମନ୍ତ୍ରୀଙ୍କ କାରରେ ବସିଥିବା ଅନ୍ୟ ୪ ଜଣଙ୍କୁ ପିଟି ପିଟି ହତ୍ୟା କରିଦେଇଥିଲେ । ଏହା ସହ କାରରେ ମଧ୍ୟ ନିଆଁ ଲଗାଇଦେଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ!