ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଗାଁ ଗାଁ ରେ ଚୋରା ମଦର ବନ୍ୟା । ଚୋରା ମଦ ବିକ୍ରିକୁ ବିରୋଧ କରି ରାସ୍ତା ଉପରେ ବସିଲେ ମହିଳା । ଫଳରେ ଦିଗଛିଆ-ଧାମରା ରାସ୍ତାରେ ଯାତାୟାତ ଠପ ହୋଇଯାଇଛି । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବୈଦପୋଖରୀ ଛକ ନିକଟରେ ଚୋରା ମଦ ସାଙ୍ଗକୁ ଗଞ୍ଜେଇ, ଧଳା ଜହର ଆଦି ନିଶା ଦ୍ରଵ୍ୟ ବିକ୍ରି ହେଉଛି ।
ସ୍ଥାନୀୟ ଲୋକମାନେ ନିଶାରେ କବଳିତ ହୋଇ ବିଭିନ୍ନ ପ୍ରକାରର ଅସାମାଜିକ କାର୍ୟ୍ୟରେ ଲିପ୍ତ ରହୁଛନ୍ତି । ସ୍କୁଲ କଲେଜ ପିଲାମାନେ ମଧ୍ୟ ଏଥରୁ ବାଦ ପଡୁନାହାନ୍ତି । ଏହି ଚୋରା ନିଶା କାରବାରକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଜଳେଶ୍ବରପୁର ଗ୍ରାମ ପଞ୍ଚାୟତର ମହିଳା । ସ୍ଥାନୀୟ ଅଞ୍ଚଳରେ ଚୋରା ନିଶା କାରବାର ବନ୍ଦ ନ କଲେ ଆନ୍ଦୋଳନ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ।
