Masthead

ରାଜଧାନୀରେ ରାସ୍ତା ଗାଏବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରାଜଧାନୀରେ ରାସ୍ତା ଗାଏବ। ଆଜି ସକାଳୁ ଭୁବନେଶ୍ବରରେର ଧଳା କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ଦୁର ଦୁର ଯାଏ କିଛି ବି ଦୃଶ୍ଯମାନ ହେଉନାହିଁ। ବର୍ଷର ପ୍ରଥମ ଦିନରେ ଏପରି ଅବସ୍ଥା ଲୋକଙ୍କୁ ଅସୁବିଧାରେ ପକାଇଛି। ଯେଉଁ ସମୟରେ ଲୋକମାନେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଥିଲେ, ସେତିକି ବେଳେ ପ୍ରକୃତିର ଏହି କୁହୁଡ଼ିଆ ରୂପ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଭାବେ ଲୁଚାଇ ଦେଇଛି ।

କାରଣ କୁହୁଡି କାରଣରୁ ଲୋକମାନେ ଯିବା ଆସିବା କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନ ଦିଶୁଥିବାରୁ ଗାଡି ଧିରେ ଚଳାଇ ଯାଉଛନ୍ତି ଲୋକ। ୫ ମିଟର ଆଗକୁ ରାସ୍ତା ଦେଖିବା କଷ୍ଟକର ହୋଇପଡିଛି। ସକାଳୁ ସକାଳୁ ମନ୍ଦିର ଯାଇ ଲୋକେ ପ୍ରଭୁଙ୍କୁ ଦର୍ଶନ କରି ନୂଆ ବର୍ଷର ଶୁଭାରମ୍ଭ କରିବା ପାଇଁ ଚାହାନ୍ତି। ଆଉ ଏହି ସମୟରେ ରାସ୍ତାକୁ ଘନ କୁହୁଡିର ଆସ୍ତରଣ ଢାଙ୍କି ରହିଥିବାରୁ ଲୋକଙ୍କ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୁହୁଡି ଅଧିକ ଥିବାରୁ ବାଇକ ଚଳାଇ ଯିବା ଲୋକଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରୁଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହିବା ଏବଂ ପବନର ଗତି କମ୍ ଥିବାରୁ ଏହିପରି ଘନ କୁହୁଡ଼ି ସୃଷ୍ଟି ହୋଇଛି। ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ଏହିଭଳି ପରିସ୍ଥିତି ଲାଗି ରହିପାରେ। ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି ଏବଂ ଲୋକଙ୍କୁ ସତର୍କତାର ସହ ଗାଡ଼ି ଚଲାଇବାକୁ ପରାମର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ