Masthead

ରାଜ୍ୟରେ ଅଚାନକ ବଢ଼ିଛି ତାତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ତାତି ଅଚାନକ ବଢ଼ିଯାଇଛି । ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓଗୁଳୁଗୁଳି ହେଉଛି । ଗୁରୁବାର ଦୁଇ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଯାଇଛି। ଅଧିକାଂଶ ସ୍ଥାନର ତାପମାତ୍ରା୩୮-୩୯ ଡିଗ୍ରୀ ପାଖାପାଖି ରହିଛି । ଆର୍ଦ୍ରତା ଅଧିକ ହେବା ଯୋଗୁ, ଗୁଳୁଗୁଳି ନାକେଦମ କରୁଛି ।  ତେବେ ବଙ୍ଗୋପସାଗରରୁ ସାମୁଦ୍ରିକ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବାହ ଓ କାଳବୈଶାଖୀ ଯୋଗୁଁ ହୋଇଥିବା ବର୍ଷା କାରଣରୁ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଛି। ଅନ୍ୟପଟେ ଉପକୂଳରେ ଏବେ ତାପମାତ୍ରା ସ୍ବାଭାବିକଠାରୁ ୧ ଡିଗ୍ରି ପର୍ୟ୍ୟନ୍ତ ଅଧିକ ରହୁଛି।

ଫଳରେ ଗରମ ପବନ ବାୟୁମଣ୍ଡଳର ଆର୍ଦ୍ରତାକୁ ଧରିରଖୁଛି ଏବଂ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଏଣୁ ଏହି ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨ ଦିନ ମଧ୍ୟ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ହେବା ନେଇ ପୂର୍ବାନୁମାନ କରାଯାଇଛି । ଆଜି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।  ଏପ୍ରିଲ୍ ଆରମ୍ଭରୁ ହିଁ ୪୦ ଡିଗ୍ରୀ ପାର କରିଲାଣି ତାପମାତ୍ରା। ଦେଶର ସବୁଠୁ ଅଧିକ ତାପମାତ୍ରା ଥିବା ୧୦ଟି ସହର ତାଲିକାରେ ଅଛି ଝାରସୁଗୁଡ଼ା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ବୁଲା କୁକୁର ପାଇଁ ମହାଭାରତ 🔴 ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି 🔴 ବ୍ରହ୍ମପୁରରେ ଏନକାଉଣ୍ଟର 🔴 ଅସହ୍ୟ ତାତିରେ ଜଳୁଛି ଓଡ଼ିଶା 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ବୁଲା କୁକୁର ପାଇଁ ମହାଭାରତ 🔴 ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି 🔴 ବ୍ରହ୍ମପୁରରେ ଏନକାଉଣ୍ଟର 🔴 ଅସହ୍ୟ ତାତିରେ ଜଳୁଛି ଓଡ଼ିଶା 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍