Masthead

ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଆଜି ଜାତିସଂଘର ସୁରକ୍ଷା ପରିଷଦର ବଡ ବୈଠକ । ଷ୍ଟ୍ରେଟ୍ ଅଫ ହର୍ମୁଜକୁ ନେଇ ଆଜି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକର ହେବାକୁ ଯାଉଛି । ବାଣିଜ୍ୟିକ ଜାହଜ ଗୁଡିକର ସୁରକ୍ଷା ପାଇଁ ବୈଠକରେ ଆଲୋଚନା ହେବ । ସମଗ୍ର ବିଶ୍ବରେ ତୈଳଦର ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ ନିଷ୍ପତ୍ତି ହେବ । ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଯୋଗୁଁ ଷ୍ଟ୍ରେଟ୍ ଅଫ ହର୍ମୁଜକୁ ନିୟନ୍ତ୍ରଣ କରୁଛି ଇରାନ୍ । ଫଳରେ ଗ୍ୟାସ୍ ଓ ତୈଳ ଆମଦାନୀ ପାଇଁ ସାରା ବିଶ୍ୱ ପ୍ରଭାବିତ ହୋଇଛି । ବିନା ଅନୁମତିରେ ଆସିଲେ ଜାହାଜକୁ ଧ୍ୱଂସ କରିଦେଉଛି ଇରାନ୍ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ଆମେରିକା ମଧ୍ୟ କୌଣସି ଦେଶର ଅପିଲକୁ ଶୁଣୁନଥିବାରୁ ଆଜି ବୈଠକରେ ତାଗିଦ କରାଯାଇପାରେ । ତେବେ ଋଷ ଓ ଚୀନ ଇରାନ ସମର୍ଥନରେ ଯୁକ୍ତି ରଖିପାରନ୍ତି ।

ହର୍ମୁଜ୍ ସଙ୍କଟର ସମାଧାନ ପାଇଁ ୟୁକେ ନେତୃତ୍ବରେ ୪୦ରୁ ଅଧିକ ଦେଶ ବୈଠକ କରିଛନ୍ତି । ହୋରମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ କୂଟନୈତିକ ଏବଂ ରାଜନୈତିକ ଚାପ ସୃଷ୍ଟି କରିବା ପାଇଁ ଗୁରୁବାର ପ୍ରାୟ ୪୦ଟି ଦେଶର ବୈଦେଶିକ ମନ୍ତ୍ରୀମାନେ ଲଣ୍ଡନରେ ଭର୍ଚୁଆଲ୍ ଭାବରେ ଏକତ୍ରିତ ହୋଇଥିଲେ। ମିଳିତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବା ପାଇଁ ବ୍ରିଟେନ ଦ୍ୱାରା ଆରମ୍ଭ ହୋଇଥିବା ଆଲୋଚନାରେ ଭାରତ ମଧ୍ୟ ଯୋଗ ଦେଇଥିଲା। ଏହି ବୈଠକରେ ଭାରତର ପ୍ରତିନିଧିତ୍ୱ କରିଥିଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ।

ଉପସାଗରୀୟ ଅଞ୍ଚଳରେ ଅନ୍ତର୍ଜାତୀୟ ଜାହାଜର ସୁରକ୍ଷା ସମ୍ପର୍କରେ ନୂଆଦିଲ୍ଲୀର ମତ ସ୍ପଷ୍ଟ କରିଥିଲେ। ଆମେରିକା ଏହି ବୈଠକରେ ଅଂଶଗ୍ରହଣ କରିନଥିଲା।  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବୟାନ ପରେ ଏହି ବୈଠକ ଆୟୋଜିତ ହୋଇଥିଲା। ପଶ୍ଚିମ ଏସୀୟ ସଂଘର୍ଷ ଯୋଗୁଁ ବନ୍ଦ ହୋଇଥିବା ହର୍ମୁଜ୍ ପ୍ରଣାଳୀକୁ ସୁରକ୍ଷିତ ରଖିବା ଆମେରିକାର ଦାୟିତ୍ୱ ନୁହେଁ। ହର୍ମୁଜ୍ ପ୍ରଣାଳୀକୁ ଖୋଲା ରଖିବା ଏହା ଉପରେ ନିର୍ଭର କରୁଥିବା ଦେଶମାନଙ୍କର ଦାୟିତ୍ୱ ବୋଲି କହିଥିଲେ ଟ୍ରମ୍ପ। ଆଉ ଟ୍ରମ୍ପ ଏକଥା କହିବାର ଗୋଟିଏ ଦିନ ପରେ ବ୍ରିଟେନ୍ ଏ ବଡ଼ ବୈଠକର ନେତୃତ୍ବ ନେଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ