Masthead

ଦାଦନ ଗଲେ ସମିତି ସଭ୍ୟ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ଭୋକର ଜ୍ୱାଳା ପାଇଁ ନିର୍ବାଚିତ ଲୋକ ପ୍ରତିନିଧି ବି ସାଜିପାରେ ଦାଦନ ଶ୍ରମିକ । କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ବି ନିରାଟ ସତ୍ୟ। ତାହା ପୁଣି ମନ୍ତ୍ରୀ ଟୁକୁନୀ ସାହୁଙ୍କ ନିର୍ବାଚନ ମଣ୍ଡଳୀ ତଥା ବିଜେଡ଼ି ସମର୍ଥିତ ସମିତି ସଭ୍ୟଙ୍କ କ୍ଷେତ୍ରରେ ଏଭଳି ଘଟିଛି। କାମ ଧନ୍ଦା ତ ଦୂରର କଥା ସମିତି ସଭ୍ୟ ଭାବେ କିଛି କାମ ପାଇ ନଥିବାରୁ ଏବେ ସେ ବାହର ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି। ପେଟକୁ ଦାନା ଯୋଗାଡ଼ କରିବା ପାଇଁ ଘରେ ବୃଦ୍ଧ ପିତା ମାତାଙ୍କୁ ଛାଡି ଅନ୍ୟ ରାଜ୍ୟକୁ ଯାଇଛନ୍ତି । ଦାଦନର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଟିଟିଲାଗଡ ସୁର୍ଡା ଗାଁରେ ।

ଟିଟିଲାଗଡ଼ ବ୍ଲକ୍ ସୁର୍ଡା ପଂଚାୟତର ନିର୍ବାଚିତ ସମିତି ସଭ୍ୟ କମଲେଶ ସୁନା। ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ନିର୍ବାଚନ ମଣ୍ଡଳୀର ତଥା ବିଜେଡ଼ି ସମର୍ଥିତ ସମିତି ସଭ୍ୟ ଦାଦନ ସାଜି ଥିବାରୁ ଚର୍ଚ୍ଚାର ବିଷୟ ପାଲଟିଛି। ୫ ଦିନ ହେଲା ସ୍ତ୍ରୀ ସହ ବୃଦ୍ଧ ପିତା ମାତାଙ୍କୁ ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି। ଏପରିକି ତାଙ୍କର ୪ ବର୍ଷର ପୁଅକୁ ଶାଶୁଘରେ ଛାଡ଼ି ଦାଦନ ଖଟି ଯାଇଛନ୍ତି କମଲେଶ। ଅନ୍ୟପଟେ ପୁଅ ଦାଦନ ଯାଇଥିବାରୁ ଚିନ୍ତାରେ ବୃଦ୍ଧ ପିତା ମାତା। ଭଙ୍ଗା ଦଦରା ଘରେ ନାତି ଓ ପୁଅ ବୋହୂଙ୍କୁ ଝୁରି ହେଉଛନ୍ତି ଏମାନେ। ଗୋଟିଏ ପଟେ ପୁଅବୋହୂ ଦାଦନ ଯିବା ଦୁଃଖ ଓ ଅନ୍ୟପଟେ ଘରେ ଭଲ କରି ଦୁଇ ମୁଠା ଖାଇବାକୁ ମିଳୁନଥିବାରୁ ଚିନ୍ତାରେ ଘାରି ହେଉଛନ୍ତି ବୃଦ୍ଧ ପିତା ମାତା।

୨୦୨୨ରେ ସୁର୍ଡା ପଞ୍ଚାୟତର ବିକାଶ ପାଇଁ କମଲେଶ ସୁନା ସମିତି ସଭ୍ୟ ନିର୍ବାଚନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ହୋଇଥିଲେ। ପ୍ରାର୍ଥୀପତ୍ର ଦାଖଲ ପରେ ତାଙ୍କୁ ମାସେରୁ ଅଧିକ ସମୟ ଗୁପ୍ତ ଜାଗାରେ ରଖା ଯାଇଥିଲା। ପରେ ସେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏବଂ ଏହାପରେ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ସରିବା ପାଇଁ ତାଙ୍କୁ ଘରକୁ ଆଣି ଛଡ଼ା ଯାଇଥିଲା। ଆଶା ଥିଲା ଆବାସ ଘର ମଞ୍ଜୁର ପରେ ଭଙ୍ଗା ଦଦରା ଘରକୁ ଭାଙ୍ଗି ଭଲ ଘର ଖଣ୍ଡେ ଗଢ଼ି ତୋଳିବା ପାଇଁ। ଏଥିପାଇଁ ଘରର ମୂଲ୍ୟବାନ ଜିନିଷ ବନ୍ଧା ପକାଇ ୬୦ ପ୍ୟାକେଟ ସିମେଣ୍ଟ କିଣି ଥିଲେ। ହେଲେ ତାଙ୍କ ଆବାସକୁ କାଟି ଦିଆଯାଇଥିଲା । ଧାର ଟଙ୍କା ଶୁଝିବା ସହ ପରିବାର ପ୍ରତିପୋଷଣ ନେଇ ଚିନ୍ତାରେ ରହିଲେ କମଲେଶ । ଶେଷରେ ନିରୁପାୟ ହୋଇ ଦାଦନ ଖଟି ଯାଇଛନ୍ତି । ସେପଟେ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନର ସହ ବଞ୍ଚିବା ସହ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛି ଗରିବ ସେନା। ସେପଟେ ଏନେଇ ବିଡ଼ିଓଙ୍କୁ ରିପୋର୍ଟ ତଲବ କରାଯାଇଥିବା କହିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ