Masthead

ଭବ୍ୟ ପ୍ରାସାଦରେ ରହିବେ ଓଡ଼ିଶାର ସୁନାଝିଅ

ବାରିପଦା (ବଡ଼ ଖବର ବ୍ୟୁରୋ): ରାଷ୍ଟ୍ରପତିଙ୍କ ପାଇଁ ସ୍ଵତନ୍ତ୍ର ସର୍କିଟ ହାଉସ। ରାଇରଇଂପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ତାଙ୍କ ରହଣୀ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେଉଛି ସ୍ଵତନ୍ତ୍ର ସର୍କିଟ ହାଉସ। ଓଡ଼ିଶାର ସୁନାଝିଅ, ରାଇରଇଂପୁର ମାଟିର ଗର୍ବ ଓ ଗୌରବ ଏବେ ଭାରତର ରାଷ୍ଟ୍ରପତି । ତାଙ୍କ ଜନ୍ମମାଟି ରାଇରଙ୍ଗପୁର ଗସ୍ତ ଏବଂ ରହଣୀ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି । ନିର୍ମାଣ ହେଉଛି ସ୍ଵତନ୍ତ୍ର ସର୍କିଟ ହାଉସ ।

ରାଷ୍ଟ୍ରପତି ହେବା ପରେ ସେ ଦୁଇଥର ଓଡ଼ିଶା ଗସ୍ତରେ ଆସିଥିଲେ ମଧ୍ୟ ନିଜ ଜନ୍ମସ୍ଥାନ କିମ୍ବା ତାଙ୍କର ବର୍ତ୍ତମାନର ବାସସ୍ଥାନ ରାଇରଇଂପୁର ଆସିନାହାନ୍ତି। ପରବର୍ତ୍ତୀ ସମୟରେ ସେ ରାଇରଇଂପୁର ଆସିଲେ, ପ୍ରୋଟୋକଲ୍‌ ଦୃଷ୍ଟିରୁ ତାଙ୍କ ରହଣି ତଥା ଆନୁସଙ୍ଗିକ ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ। ତେଣୁ ସ୍ଵତନ୍ତ୍ର ସର୍କିଟ୍‌ ହାଉସ୍‌ ନିର୍ମାଣ ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ଗତ ଅଗଷ୍ଟରେ ରାଇରଙ୍ଗପୁର ସହର ଉପକଣ୍ଠ ମହୁଲଡିହା ମୌଜାରେ ଜମି ଅଧିଗ୍ରହଣ ହୋଇଥିଲା।

କେନ୍ଦ୍ରୀୟ ପୂର୍ତ୍ତ ବିଭାଗ ଓ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୂ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୧କୋଟି ଟଙ୍କା ବ୍ୟୟବରାଦରେ ସର୍କିଟ ହାଉସ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ସର୍କିଟ୍‌ ହାଉସରେ ଶୟନକକ୍ଷ, ଡ୍ରଇଂରୁମ୍‌, ସମ୍ମିଳନୀ କକ୍ଷ, ପାର୍କ, ଗାଡ଼ି ପାକିଂସ୍ଥଳ, ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ନିୟୋଜିତ ପଦାଧିକାରୀ ଓ ସୁରକ୍ଷାବାହିନୀଙ୍କ ପାଇଁ କକ୍ଷ ନିର୍ମାଣ କରାଯିବ । ରାଷ୍ଟ୍ରପତିଙ୍କ ବ୍ୟତୀତ ରାଜ୍ୟପାଳ, କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀମାନଙ୍କ ରହିବା ପାଇଁ ମଧ୍ୟ ରହିବ ସ୍ୱତନ୍ତ୍ର ବ୍ୟବସ୍ଥା । ଗାଁ ଝିଅଙ୍କ ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଥିବାରୁ ସ୍ଥାନୀୟ ଲୋକେ ବେଶ୍ ଖୁସ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼