Masthead

ପିପିଲି ଉପ-ନିର୍ବାଚନ: ଭୋଟରଙ୍କ ପାଇଁ ନୂଆ ଗାଇଡଲାଇନ

ଭୁବନେଶ୍ୱର(ବଡ଼ ଖବରବ୍ୟୁରୋ): ଆସନ୍ତା 30ରେ ପିପିଲି ଉପ-ନିର୍ବାଚନ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ କୁମାର ଲୋହାନି। କରୋନା ମହାମାରୀ ସମୟରେ ଭୋଟ କରାଯାଉଥିବାରୁ ଏଥିପାଇଁ ଅନେକ ଦିଗ ଉପରେ ଦୃଷ୍ଟି ଦିଆଯାଉଛି। କୋଭିଡ ଗାଇଡଲାଇନ ଅନୁଯାୟୀ ଗତକାଲି ୬ଟାରୁ ସାଇଲେଣ୍ଟ ପିରିୟଡ଼ ଲାଗୁ କରାଯାଇଛି। ପିପିଲି ଉପ-ନିର୍ବାଚନ ପାଇଁ ସମସ୍ତ ପୁଲିଂ ପାର୍ଟି ପେଣ୍ଠକଟାରେ ଯାଇ ରହିଛନ୍ତି, ଏବଂ ସେଠାରୁ ସେମାନେ ବୁଥ୍ କୁ ଯିବେ।

ପିପିଲିରେ ସୁରୁଖୁରରେ ନିର୍ବାଚନ ପରିଚାଳନା ପାଇଁ ୨୨୦୦ଜଣ ପୁଲିଂ କର୍ମଚାରୀ ନିୟୋଜିତ କରାଯାଇଛି। ଏଥିସହ ୨୦୦୦ ପୋଲିସ କର୍ମଚାରୀ, ୩ଟି ବିଏସଏଫ ଟିମ୍ ନିୟୋଜିତ କରାଯାଇଛି। ପିପିଲିରେ ମୋଟ୍ ୩୪୮ଟି ବୁଥରୁ ୨୦୧ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି। ନିର୍ବାଚନରେ ସଂପୃକ୍ତ ହେବାକୁ ଥିବା ସମସ୍ତ କର୍ମଚାରୀ ୨ଟି ଡୋଜ ଟିକା ନେଇଥିବା ନିହାତି ଆବଶ୍ୟକ । ଆଉ ଏହାର ବ୍ୟବସ୍ଥା ମଧ୍ୟ କରିଥିଲା ଜିଲ୍ଲା ପ୍ରଶାସନ । ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି, କୋଭିଡ ଆକ୍ରାନ୍ତ ଓ ଭିନ୍ନକ୍ଷମ ବ୍ୟକ୍ତି ଘରେ ରହି ପୋଷ୍ଟାଲ ଭୋଟ ଦେଇପାରିବେ ବୋଲି ଗାଇଡଲାଇନ ଆସିଥିଲା । ଆଉ ଯେଉଁଥିରେ ୯୨୪ଟି ପୋଷ୍ଟାଲ ବାଲାଟ ମିଳିଛି ।

କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରି ହେବ ନିର୍ବାଚନ । ପ୍ରତି ବୁଥରେ ୧୦୦୦ ଜଣ ମତ ଦାତା ଭୋଟ ଦେଇ ପାରିବେ ବୋଲି ସ୍ପଷ୍ଟ କରିଦିଆଯାଇଛି । ତେବେ ଏହି ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ । ଭୋଟରମାନେ ଭୋଟର ପରିଚୟ ପତ୍ର ପରେ ୧୧ ଟି ଅନ୍ୟ ଆଇଡି ଦେଖାଇ ଲୋକମାନେ ଭୋଟ ଦେଇ ପାରିବେ । ପ୍ରତ୍ୟେକ ଭୋଟରଙ୍କୁ ହ୍ୟାଣ୍ଡ ଗ୍ଲୋଭସ ଦିଆଯିବ । ଏହା ବାଦ ମାକ୍ସ ଓ ସାନିଟାଇଜେସନର ବ୍ୟବସ୍ଥା ମଧ୍ଯ କରାଯିବ । ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ । ଯେଉଁମାନଙ୍କର ଅଧିକ ତାପମାତ୍ରା ଅଧିକ ଥିବ ସେମାନଙ୍କୁ ଚିରକୁଟ ଦିଆଯାଇ ପଠାଯିବ । ଶେଷ ଘଣ୍ଟାରେ ସେମାନେ ଆସି ଭୋଟ ଦେଇପାରିବେ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ନିର୍ବାଚନ ପ୍ରଚାର ସମୟରେ ଆସିଥିବା ଆଚରଣ ବିଧିର ଉଲଂଘନ କଲେ ୫ ହଜାର ଟଙ୍କା ଫାଇନ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିସହ ନିର୍ବାଚନ ମଣ୍ଡଳୀରେ ବାହାରେ ଏକାଠି ହୋଇ ବୁଲିଲେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼