Masthead

ଚାଷୀଙ୍କ ଆନ୍ଦୋଳନ ପାଇଁ ଦିଲ୍ଲୀରେ ୫ଟି ସୀମା ସିଲ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚାଷୀଙ୍କ ଆନ୍ଦୋଳନ ପାଇଁ ଦିଲ୍ଲୀରେ ୫ଟି ସୀମା ସିଲ୍‌ । ହରିଆଣା ଓ ଉତ୍ତରଦେଶକୁ ଲାଗିଥିବା ୫ ପ୍ରମୁଖ ସୀମା ସିଲ୍‌ କରାଯାଇଛି । ଟିକିରି, ସିନ୍ଧୁ ସମେତ ଦିଲ୍ଲୀରେ ଅନେକ ସ୍ଥାନ ସିଲ୍‌ କରାଯାଇଛି । ଉତ୍ତରପ୍ରଦେଶକୁ ଲାଗିଥିବା ଚିଲ୍ଲା ସହ ଗାଜିପୁର ସୀମା ସିଲ୍‌ । ଦିଲ୍ଲୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ କରାଯାଇଛି । ଗତକାଲି କୃଷକମାନେ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖିଥିବାବେଳେ ଆଜି ପୁଣି ଶୋଭାଯାତ୍ରା ଆରମ୍ଭ ହେବ ବୋଲି କୃଷକ ସଂଗଠନମାନେ ଘୋଷଣା କରିଛନ୍ତି।ପଞ୍ଜାବର ଫତେଗଡ଼ ସାହିବରୁ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାରେ ଯାଉଥିବା କୃଷକଙ୍କ ଉପରକୁ ଶମ୍ଭୁ ସୀମାରେ ପୋଲିସ ଲୁହବୁହା ଗ୍ୟାସ୍ ସେଲ୍ ମାଡ଼ କରିଥିଲା।

ଗାଜିପୁର ସୀମାରେ ଏକାଧିକ କୃଷକ ନେତାଙ୍କୁ ମଧ୍ୟ ଅଟକ ରଖାଯାଇଛି । ଦିଲ୍ଲୀର ସିଂଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରବଳ ଜାମ୍ ଲାଗି ରହିଛି। କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଓ ଦିଲ୍ଲୀ ମଧ୍ୟରେ ୟୁପି ଗେଟ୍ ନିକଟରେ ଏକ ପାଚେରି ନିର୍ମାଣ କରାଯାଇଛି। ଦିଲ୍ଲୀକୁ ଯାଉଥିବା ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି।ଅନ୍ୟପଟେ କୃଷକ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ମଙ୍ଗଳବାର କୃଷକମାନଙ୍କ ଦିଲ୍ଲୀ ଚଲୋ ଶୋଭାଯାତ୍ରାକୁ ଜାତୀୟ ରାଜଧାନୀରେ ପ୍ରବେଶ ନ କରିବା ପାଇଁ ଦିଲ୍ଲୀ ସୀମାରେ ବହୁସ୍ତରୀୟ ବ୍ୟାରିକେଡ୍, କଂକ୍ରିଟ୍ ବ୍ୟାରିକେଡ୍, ଲୁହା ନଖ ଏବଂ କଣ୍ଟେନର କାନ୍ଥ ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ