Masthead

ବିଜେପିର ୱାଶିଂ ମେସିନରେ ପଶିଲେ ଧଳା, ନ ପଶିଲେ ଦାଗଯୁକ୍ତ: ମଲ୍ଲିକାର୍ଜ୍ଜୁନ ଖଡଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଛି। ସାତ ଘଣ୍ଟାରୁ ଅଧିକ ପଚରାଉଚରା ପରେ ଇଡି ମନି ଲଣ୍ଡରିଂ ମାମଲାରେ ସୋରେନଙ୍କୁ ଗିରଫ କରିଛି। ସୋରେନ ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ଇଣ୍ଡିଆର ସହଯୋଗୀ ବିରୋଧୀ ଦଳର ନେତାମାନେ ଗିରଫକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗିରଫ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସେ ଟୁଇଟ କରି କହିଛନ୍ତି ମୋଦିଙ୍କ ସହ ଯିଏ ନ ଯିବେ ସେ ସିଧା ଜେଲକୁ ଯିବେ। ବିରୋଧୀ ଦଳର ନେତାମାନେ ଏବେ ଭୟଭୀତ ହେଉଛନ୍ତି। ବିରୋଧୀ ସରକାରଙ୍କୁ ଦୁର୍ବଳ କରିବା ପାଇଁ ଏହା ବିଜେପିର ଷଡଯନ୍ତ୍ର। ଯାହା ବିଜେପିର ୱାଶିଂ ମେସିନରେ ପ୍ରବେଶ କଲା ତାହା ଧଳା, ଯାହା ପ୍ରବେଶ ନ କଲା ଯାହା ତାହା ଦାଗଯୁକ୍ତ। ଦେଶରେ ଏକଛତ୍ରବାଦୀ ଶାସନ ଶେଷ କରିବା ଲାଗି ବିଜେପିକୁ ବର୍ତ୍ତମାନ ପରାସ୍ତ କରିବାକୁ ପଡିବ। ଆମେ ଭୟ କରିବୁ ନାହିଁ। ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଲଢ଼ିବୁ। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ବିରୋଧୀମୁକ୍ତ ସଂସଦ ଗଠନ ହେଉଛି ବିଜେପି ସରକାରଙ୍କ ଉଦ୍ଦେଶ୍ୟ।

ଏକ ଗଣତନ୍ତ୍ର ମୁକ୍ତ ଭାରତ, ଏକ ପ୍ରଶ୍ନ ମୁକ୍ତ ଗଣମାଧ୍ୟମ ଏବଂ ଏକ ସମନ୍ବୟ ମୁକ୍ତ ଜନସାଧାରଣ ସୃଷ୍ଟି କରିବାକୁ ମୋଦି ସରକାର ପ୍ରୟାସ କରୁଛନ୍ତି। ଟୁଇଟ କରି ପ୍ରିୟଙ୍କା କହିଛନ୍ତି ସମସ୍ତ ରାଜ୍ୟ ସରକାରଙ୍କୁ ଗୋଟିଏ ପରେ ଗୋଟିଏ କରି ପତନ କରାଯାଉଛି। ବିରୋଧୀ ଦଳର ନେତାମାନେ ହଇରାଣ ହେଉଛନ୍ତି। ଯିଏ ବିଜେପିରେ ଯୋଗ ନ ଦେବେ ସେ ଜେଲ ଯିବେ। ଇଡିରୁ ସୋରେନଙ୍କୁ ହଇରାଣ କରିବା ଏବଂ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଅଭିଯାନର ଏକ ଅଂଶ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!