Masthead

ମନି ଲଣ୍ଡରିଂ ମାମଲା, ତାମିଲନାଡ଼ୁ ଶକ୍ତିମନ୍ତ୍ରୀ ଗିରଫ

ତାମିଲନାଡ଼ୁ (ବଡ଼ ଖବର ବ୍ୟୁରୋ):  ବେଆଇନ ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଇଡି ଗିରଫ କରିଛି । ଏଥିସହିତ ବାଲାଜୀଙ୍କ କିଛି ସ୍ଥାନରେ ଯାଞ୍ଚ ଏଜେନ୍ସି ଦ୍ୱାରା ରେଡ୍ କରାଯାଇଛି । ତେବେ ଏହି କାର୍ଯ୍ୟାନୁଷ୍ଠାନ ସମୟରେ ମନ୍ତ୍ରୀଙ୍କ ଛାତି ଯନ୍ତ୍ରଣା ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ମନ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲକୁ ଆଣିବା ବେଳେ ମନ୍ତ୍ରୀ ଭୋ ଭୋ ହୋଇ କାର ଭିତରେ କାନ୍ଦୁଥିବା ଦେଖିବାକୁ ମିଳିଛି ।

ଯାଞ୍ଚ ଏଜେନି ଯେଉଁ ସମୟରେ ବାଲାଜୀଙ୍କ ଘରେ ଚଢ଼ାଉ କରିଥିଲେ ସେହି ସମୟରେ ମନ୍ତ୍ରୀ ମର୍ଣ୍ଣିଂ ୱାର୍କରେ ଯାଇଥିଲେ । ଇଡି ରେଡ୍ ବିଷୟରେ ସୂଚନା ପାଇବା ପରେ ସେ ସଙ୍ଗେସଙ୍ଗେ ଟ୍ୟାକ୍ସି ଯୋଗେ ଘରକୁ ଫେରିଆସିଥିଲେ । ଚଢ଼ାଉ କରାଯିବାର ଗୋଟିଏ ଦିନ ପରେ ବାଲାଜୀଙ୍କୁ ଇଡି ଗିରଫ କରିଛି । ରାଜଧାନୀ ଚେନ୍ନାଇ ସ୍ଥିତ ବାସଭବନ ବ୍ୟତୀତ ପୈତୃକ ଘରେ ମଧ୍ୟ ରେଡ୍ କରାଯାଇଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ