Masthead

ଆଜି ପଞ୍ଜାବ ବାଙ୍ଗାଲୋର ମୁହାଁ ମୁହିଁ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ପଞ୍ଜାବ କିଙ୍ଗସ୍ । ତେବେ ଏହି ମ୍ୟାଚ ପଞ୍ଜାବ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । କାରଣ ୬ଟି ମ୍ୟାଚରେ ୧୦ ପଏଣ୍ଟ ଅର୍ଜନ କରି ଦୃଢ଼ ସ୍ଥିତିରେ ରହିଛି ବାଙ୍ଗାଲୋର । ବିରାଟ କୋହଲିଙ୍କ ନେତୃତ୍ୱରେ ଆରସିବି ଳଗାତାର ଚାରିଟି ବିଜୟ ହାସଲ କରିବା ପରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ୬୯ ରନରେ ହାରିଥିଲା । କିନ୍ତୁ ଦିଲ୍ଲୀ କ୍ୟାପିଟାଲ ବିପକ୍ଷ ମ୍ୟାଚକୁ ୧ରନରେ ଜିତି ପୁଣି ଟ୍ରାକ୍କୁ ଫେରିଥିଲା ବାଙ୍ଗାଲୋର ।

ସେପଟେ କୋଏଲ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ୍ ପୂର୍ବ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଠାରୁ ୫ୱିକେଟରେ ପରାଜିତ ହୋଇଥିଲା । ଆଉ ଚଳିତ ଆଇପିଏଲରେ ପ୍ରଥମ ବ୍ୟାଟିଂ କରି ସବୁଥିରେ ୧୦୬, ୧୨୦ ଓ ୧୨୩ ଭଳି କମ ରନ ସଂଗ୍ରହ କରିପାରିଛି । କେବଳ ସେତିକି ନୁହେଁ ସମସ୍ତ ବ୍ୟାଟସ ମ୍ୟାନଙ୍କ ପ୍ରଦର୍ଶନ ବି ସ୍ଥିର ରହିଛି । ସେହିପରି ବୋଲିଂରେ ମଧ୍ୟ ଏତେ ଭଲ ପ୍ରଦର୍ଶନ କରିପାରିନି ପଞ୍ଜାବ । ତେଣୁ ଆରସିବିକୁ ପରାସ୍ତ କରିବାକୁ ହେଲେ ଆଜି ଉଚ୍ଚକୋଟୀର ପ୍ରଦର୍ଶନ ପଞ୍ଜାବକୁ କରିବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ