ମନକୁ ପାଉନି ମାଟ୍ରିକ ମାର୍କ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ମନକୁ ପାଉନି ମାଟ୍ରିକ ମାର୍କ । ମିଳିଥିବା ମାର୍କରେ ଅସନ୍ତୋଷ ବ୍ୟକ୍ତ କରି ରାସ୍ତାକୁ ଓହ୍ଲାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଆଉ ଥରେ ପରୀକ୍ଷା ନୁହେଁ, ଅଧିକ ନମ୍ବର ପାଇଁ ସେମାନେ କରୁଛନ୍ତି ଦାବି । ସେପଟେ ଭଞ୍ଜନଗରରେ ଘରୋଇ ସ୍କୁଲର ପରୀକ୍ଷା ଫଳ ପ୍ରକାଶ ପାଇନଥିବା କାରଣରୁ ଉପଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ପିଲା । ମାର୍କକୁ ନେଇ ହୋ ହାଲ୍ଲା କରିଛନ୍ତି ଛାତ୍ରଛାତ୍ରୀ । କଟକରୁ ପୁରୀ, ଭୁବନେଶ୍ୱରରୁ ଭଞ୍ଜନଗର ମ୍ୟାଟ୍ରିକ ମାର୍କକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଛାତ୍ର ଆଶାନ୍ତି । କିଏ କହୁଛି ମାର୍କ କମିଛି ତ ଆଉ କିଏ କହୁଛି ପାତରଅନ୍ତର ହୋଇଛି ।

ଆଜି ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍କକୁ ନେଇ ହୋହାଲ୍ଲା କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । କଟକ କଲେଜ ଛକ ସରସ୍ୱତୀ ଶିଶୁମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା କହିଛନ୍ତି ପିଲାମାନେ । ରାଜଧାନୀରେ ବି ସମାନ ଅବସ୍ଥା । ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲରେ ମଧ୍ୟ ବିିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ । ଖାଲି ସେତିକି ନୁହେଁ ଉଚିତ ମୂଲ୍ୟାୟନ ନକଲେ ଆତ୍ମାହୂତୀ ଦେବାକୁ ଧମକ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ପୁରୀରେ ବି ସମାନ ଅବସ୍ଥା ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଉପଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ଛାତ୍ରଛାତ୍ରୀ । ସାଇ ଗୁରୁକୁଳ ନାମକ ଏକ ଘରୋଇ ସ୍କୁଲର ରେଜଲ୍ଟ ପ୍ରକାଶ ପାଇନଥିବା କାରଣରୁ ଛାତ୍ରଛାତ୍ରୀ ଉପଜିଲ୍ଲାପାଳଙ୍କ ଅଫିସ ଘେରି ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍କକୁ ନେଇ ପିଲା ତାତିଛନ୍ତି । ପିଲାଙ୍କ ମନମୁତାବକ ମାର୍କ ଆସିନଥିବା ସେମାନେ ଅଭିଯୋଗ କରିଛନ୍ତି । ସେପଟେ ଚାରି ବର୍ଷର ମାର୍କୁ ଅଧାର କରି ମୂଲ୍ୟାୟନ ହୋଇଥିବା କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ମାର୍କରେ ଅସନ୍ତୁଷ୍ଟ ଥିବା ପଲାମାନେ ବିଚଳିତ ନହୋଇ ପୁନଃ ପରୀକ୍ଷା ଦେଇ ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏ ସବୁ ଭିତରେ ତୁରନ୍ତ ମାର୍କର ଦ୍ୱନ୍ଦ୍ୱକୁ ଦୂର କରିବାକୁ ଦାବି କରିଛନ୍ତି ବହୁ ବିଶିଷ୍ଟ ଶିକ୍ଷାବିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ