Masthead

ମନକୁ ପାଉନି ମାଟ୍ରିକ ମାର୍କ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ମନକୁ ପାଉନି ମାଟ୍ରିକ ମାର୍କ । ମିଳିଥିବା ମାର୍କରେ ଅସନ୍ତୋଷ ବ୍ୟକ୍ତ କରି ରାସ୍ତାକୁ ଓହ୍ଲାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଆଉ ଥରେ ପରୀକ୍ଷା ନୁହେଁ, ଅଧିକ ନମ୍ବର ପାଇଁ ସେମାନେ କରୁଛନ୍ତି ଦାବି । ସେପଟେ ଭଞ୍ଜନଗରରେ ଘରୋଇ ସ୍କୁଲର ପରୀକ୍ଷା ଫଳ ପ୍ରକାଶ ପାଇନଥିବା କାରଣରୁ ଉପଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ପିଲା । ମାର୍କକୁ ନେଇ ହୋ ହାଲ୍ଲା କରିଛନ୍ତି ଛାତ୍ରଛାତ୍ରୀ । କଟକରୁ ପୁରୀ, ଭୁବନେଶ୍ୱରରୁ ଭଞ୍ଜନଗର ମ୍ୟାଟ୍ରିକ ମାର୍କକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଛାତ୍ର ଆଶାନ୍ତି । କିଏ କହୁଛି ମାର୍କ କମିଛି ତ ଆଉ କିଏ କହୁଛି ପାତରଅନ୍ତର ହୋଇଛି ।

ଆଜି ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍କକୁ ନେଇ ହୋହାଲ୍ଲା କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । କଟକ କଲେଜ ଛକ ସରସ୍ୱତୀ ଶିଶୁମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା କହିଛନ୍ତି ପିଲାମାନେ । ରାଜଧାନୀରେ ବି ସମାନ ଅବସ୍ଥା । ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲରେ ମଧ୍ୟ ବିିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ । ଖାଲି ସେତିକି ନୁହେଁ ଉଚିତ ମୂଲ୍ୟାୟନ ନକଲେ ଆତ୍ମାହୂତୀ ଦେବାକୁ ଧମକ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ପୁରୀରେ ବି ସମାନ ଅବସ୍ଥା ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଉପଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ଛାତ୍ରଛାତ୍ରୀ । ସାଇ ଗୁରୁକୁଳ ନାମକ ଏକ ଘରୋଇ ସ୍କୁଲର ରେଜଲ୍ଟ ପ୍ରକାଶ ପାଇନଥିବା କାରଣରୁ ଛାତ୍ରଛାତ୍ରୀ ଉପଜିଲ୍ଲାପାଳଙ୍କ ଅଫିସ ଘେରି ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍କକୁ ନେଇ ପିଲା ତାତିଛନ୍ତି । ପିଲାଙ୍କ ମନମୁତାବକ ମାର୍କ ଆସିନଥିବା ସେମାନେ ଅଭିଯୋଗ କରିଛନ୍ତି । ସେପଟେ ଚାରି ବର୍ଷର ମାର୍କୁ ଅଧାର କରି ମୂଲ୍ୟାୟନ ହୋଇଥିବା କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ମାର୍କରେ ଅସନ୍ତୁଷ୍ଟ ଥିବା ପଲାମାନେ ବିଚଳିତ ନହୋଇ ପୁନଃ ପରୀକ୍ଷା ଦେଇ ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏ ସବୁ ଭିତରେ ତୁରନ୍ତ ମାର୍କର ଦ୍ୱନ୍ଦ୍ୱକୁ ଦୂର କରିବାକୁ ଦାବି କରିଛନ୍ତି ବହୁ ବିଶିଷ୍ଟ ଶିକ୍ଷାବିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ