Masthead

ଡିସେମ୍ବର ୧୬ରୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ରାତି ୨ଟାରୁ ଫିଟା ଯିବ ଶ୍ରୀମନ୍ଦିର ଦ୍ୱାର

ପୁରୀ (ବଡ଼ ଖବର ବ୍ୟୁରୋ): ଡିସେମ୍ବର ୧୬ରୁ ରାତି ୨ଟାରୁ ଫିଟା ଯିବ ଶ୍ରୀମନ୍ଦିର ଦ୍ୱାର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଗତକାଲି ବସିଥିବା ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୧୬ରୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ କରାଯାଇଛି। ପ୍ରତିଦିନ ରାତ୍ର ୨ଟାରୁ ଦ୍ୱାରଫିଟା ନୀତି ସହ ଅନ୍ୟାନ୍ୟ ନିତି ଶୃଙ୍ଖଳିତ କରାଯିବ। ଡିସେମ୍ବର ୩୧ ରବିବାର ହେତୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ରାତ୍ରପହୁଡ କରାଯିବ କି ନାହିଁ ସେହି ସମୟରେ ନୀତିକାନ୍ତିକୁ ଦେଖି ନିଷ୍ପତ୍ତି ନିଆଯିବ। ମହାପ୍ରଭୁଙ୍କ ଦିନପହୁଡ ମଧ୍ୟ ହେବ କି ନାହିଁ ସେହି ସମୟରେ ନିଷ୍ପତ୍ତି ନିଆଯିବ। ସେପଟେ ଜାନୁଆରୀ ୧୫ ଓ ଜାନୁଆରୀ ୨୫ରେ ଦେବାଭିଶେକ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି।  ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଡ୍ରେସକୋର୍ଡ ଓ ପାନଗୁଟୁକା ଉପରେ କଟକଣା କଡାକଡି କରାଯିବ।

ନୂଆବର୍ଷରୁ ଦିବ୍ୟାଙ୍ଗ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି। ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିର୍ମାଣ ହେବ ଛାୟା ସେଡ୍ ବା ଟନେଲ। ଏଥିରେ ସେଣ୍ଟ୍ରାଲ ଏସିର ସୁବିଧା ସହ ବିଶୁଦ୍ଧ ପାନୀୟ ଜଳ, ବସିବା ପାଇଁ ଚେୟାର ଆଦି ବ୍ୟବସ୍ଥା ରହିବ। ଶ୍ରୀମନ୍ଦିର ପାର୍କିଂ ସ୍ଥଳକୁ ଚଉଡା କରାଯାଇ ଦୁଇହଜାର ଭକ୍ତଙ୍କ ବସିବା ପାଇଁ ବିଶ୍ରାମାଗାର କରାଯିବ। କୃଷ୍ଣ ସିନେମାହଲ ଗଳିରେ ଭକ୍ତ ମାନେ ଜୋତା, ମୋବାଇଲ ଏବଂ ଆସବାବପତ୍ର ରଖିବା ପାଇଁ ଷ୍ଟାଣ୍ଡ ନିର୍ମାଣ କରାଯିବ। ସମସ୍ତଙ୍କୁ ନିମନ୍ତ୍ରଣ କରିବା ପାଇଁ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରାଯାଇଛି। ଅତିଥି ମାନଙ୍କ ପାଇଁ ଜଗନ୍ନାଥ ବଲ୍ଲଭ ପାର୍କିଂରେ ସ୍ୱତନ୍ତ୍ର ଲେଜର ସୋ’ର ବ୍ୟବସ୍ଥା କରାଯିବ। ଯାହାକି ଅତିଥି ମାନେ ପୁରୀ ଓ ମହାପ୍ରଭୁଙ୍କ ସମ୍ବନ୍ଧରେ ସୂଚନା ପାଇବା ସହ ପରିକ୍ରମା ପ୍ରକଳ୍ପ ଉପରେ ଅବଗତ ହୋଇପାରିବେ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ।

ନିତି ସବକମିଟି ବୈଠକରେ ଆନନ୍ଦବଜାରର ସୃଙ୍ଖଳା ଆଣିବା ପାଇଁ ମଧ୍ୟ ଆଲୋଚନା ହୋଇଛି। ଆନନ୍ଦ ବଜାରରେ ମହାପ୍ରସାଦର ଦର ତାଲିକା ନେଇ ସୁଆରମହାସୁଆର ନିଯୋଗ ସହ ଆଲୋଚନା କରାଯାଇଛି। ଆନନ୍ଦବଜାରକୁ ବ୍ୟବସ୍ଥିତ କରାଯିବ। ଆନନ୍ଦବଜାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମହାପ୍ରସାଦ ସେବନ କରିପାରିବେ ନାହିଁ ଭକ୍ତ। ଆନନ୍ଦବଜାର ପରିସରରେ କେବଳ ମହାପ୍ରସାଦ ବିକ୍ରି ହୋଇପାରିବ । ଆନନ୍ଦବଜାରରୁ ଜରିପାଲ ହଟାଯାଇ ସ୍ୱତନ୍ତ୍ର ସେଡ୍ ନିର୍ମାଣ କରାଯିବ। ଏଥିସହିତ ଆନନ୍ଦବଜାରରେ ଥିବା ୩ ଓ ୧୪ ନମ୍ବର ଖଜା ଦୋକାନ ଭଙ୍ଗାଯାଇ ଆନନ୍ଦ ବଜାରକୁ ଭକ୍ତଙ୍କ ଲାଗି ପ୍ରଶସ୍ତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏହା ସହ ପହିଲି ଭୋଗ ନିତି ନିର୍ଘଣ୍ଟ ହୋଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଆନନ୍ଦ ବଜାର ଶୃଙ୍ଖଳା ସବକମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ