Before Header

ଆଜି ରାଜସ୍ଥାନକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ

0 803

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ଆଜି ଘୋଷଣା ହେବ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ । ବିଧାୟକ ଦଳ ବୈଠକ ପାଇଁ ସବୁ ବିଧାୟକଙ୍କୁ ଜୟପୁର ଡକାଇଛି ବିଜେପି । ବୈଠକ ପୂର୍ବରୁ ବିଧାୟକଙ୍କ ସହ ହୋଇପାରେ ୱାନ-ଟୁ- ୱାନ ଆଲୋଚନା । ଛତିଶଗଡ଼ରେ ଆଦିବାସୀ ବର୍ଗର ବିଷ୍ଣୁଦେଓ ସାଏଙ୍କୁ ଦଳ ମୁଖ୍ୟମନ୍ତ୍ରୀ ବାଛିବା ଏବଂ ମଧ୍ୟପ୍ରଦେଶରେ ଚକିତ କରାଇ ଏକ ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ କରାଇବା ପରେ ରାଜସ୍ଥାନରେ ମଧ୍ୟ ଏଭଳି କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସରୁନି ରାଜସ୍ଥାନ ସିଏମ ସସପେନ୍ସ । କିଏ ହେବ ମୁଖ୍ୟମନ୍ତ୍ରୀ ଛିଣ୍ଡୁନି ଅଙ୍କ କଷା । ୟାରି ଭିତରେ ବିଜେପି ପାଇଁ ଆଡୁଆ ସାଜିଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ । ଗୋଟେ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି ବସୁନ୍ଧରା । ଏଥିସହ ବିଧାୟକଙ୍କ ସହ ବୈଠକ କରି ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ବାଚସ୍ପତି ପଦ ପାଇଁ ମଧ୍ୟ ମନା କରିଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.