ଆଜି ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟପରାଗ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଆଜି ହେଉଛି ଚଳିତ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟପରାଗ । ୨୦୨୧ର ଏହି ସୂର୍ୟ୍ୟଗ୍ରହଣ ସମୟରେ ଦେଶର କେତେକ ସ୍ଥାନରେ ବଳାୟକାର ଭାବେ ଦୃଶ୍ୟମାନ ହେବ । ଯାହାକୁ ରିଙ୍ଗ ଅଫ ଫାୟାର ମଧ୍ୟ କୁହାଯାଇଥାଏ । ବଳାୟକାର ସୂର୍ୟ୍ୟପରାଗରେ ଚନ୍ଦ୍ର ସୂର୍ୟ୍ୟର ୯୯ ପ୍ରତିଶତ ଅଂଶକୁ ଢାଙ୍କି ଦେଇଥାଏ ଓ ସୂର୍ୟ୍ୟର ବାହାର ଅଂଶ ଦୃଶ୍ୟମାନ ହୋଇଥାଏ । ଭାରତୀୟ ସମୟ ଅନୁସାରେ ଦିପହର ୧ଟା ୪୨ ମିନିଟରୁ ସନ୍ଧ୍ୟା ୬ଟା ୪୧ ମିନିଟରେ ସମାପ୍ତ ହେବ । ଅର୍ଥାତ୍ ପ୍ରାୟ ୫ ଘଂଟା କାଳ ସୂର୍ୟ୍ୟପରାଗ ବା ଗ୍ରହଣ ସମୟ ରହିବ । ହେଲେ ଏହି ମହାଜାଗତିକ ଦୃଶ୍ୟ ଅଳ୍ପ ସମୟ ପାଇଁ ଭାରତରେ ଆଂଶିକ ଭାବେ ଦେଖିବାକୁ ମିଳିବ ।

ସୂର୍ୟ୍ୟାସ୍ତ ପୂର୍ବରୁ ଲଦ୍ଦାଖ ଓ ଅରୁଣାଚଳପ୍ରଦେଶରେ ସୂର୍ୟ୍ୟପରାଗ ଆଂଶିକ ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ୟୁରୋପ, ଆମେରିକା, ଉତର କାନାଡା, ଗ୍ରୀନଲାଣ୍ଡ ଓ ରୁଷରେ ରିଙ୍ଗ ଅଫ ଫାୟାର ଦେଖିବାକୁ ମିଳିବ । ଭାରତରେ ସୂର୍ୟ୍ୟପରାଗ ଦୃଶ୍ୟମାନ ହେଉନଥିବାରୁ ଏହାର ଅଶୁଦ୍ଧି କାଳ ଲାଗିବ ନାହିଁ । ତେଣୁ କୌଣସି ପ୍ରକାର ଧାର୍ମିକ କାର୍ୟ୍ୟ କିମ୍ବା ଆୟୋଜନ କରିବାରେ ଅସୁବିଧା ନାହିଁ । ବିଜ୍ଞାନ ଅନୁସାରେ ସୂର୍ୟ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଏକ ସରଳ ରେଖାକୁ ଆସିଗଲେ ସୂର୍ୟ୍ୟପରାଗ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’