Masthead

ଆଜି ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟପରାଗ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଆଜି ହେଉଛି ଚଳିତ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟପରାଗ । ୨୦୨୧ର ଏହି ସୂର୍ୟ୍ୟଗ୍ରହଣ ସମୟରେ ଦେଶର କେତେକ ସ୍ଥାନରେ ବଳାୟକାର ଭାବେ ଦୃଶ୍ୟମାନ ହେବ । ଯାହାକୁ ରିଙ୍ଗ ଅଫ ଫାୟାର ମଧ୍ୟ କୁହାଯାଇଥାଏ । ବଳାୟକାର ସୂର୍ୟ୍ୟପରାଗରେ ଚନ୍ଦ୍ର ସୂର୍ୟ୍ୟର ୯୯ ପ୍ରତିଶତ ଅଂଶକୁ ଢାଙ୍କି ଦେଇଥାଏ ଓ ସୂର୍ୟ୍ୟର ବାହାର ଅଂଶ ଦୃଶ୍ୟମାନ ହୋଇଥାଏ । ଭାରତୀୟ ସମୟ ଅନୁସାରେ ଦିପହର ୧ଟା ୪୨ ମିନିଟରୁ ସନ୍ଧ୍ୟା ୬ଟା ୪୧ ମିନିଟରେ ସମାପ୍ତ ହେବ । ଅର୍ଥାତ୍ ପ୍ରାୟ ୫ ଘଂଟା କାଳ ସୂର୍ୟ୍ୟପରାଗ ବା ଗ୍ରହଣ ସମୟ ରହିବ । ହେଲେ ଏହି ମହାଜାଗତିକ ଦୃଶ୍ୟ ଅଳ୍ପ ସମୟ ପାଇଁ ଭାରତରେ ଆଂଶିକ ଭାବେ ଦେଖିବାକୁ ମିଳିବ ।

ସୂର୍ୟ୍ୟାସ୍ତ ପୂର୍ବରୁ ଲଦ୍ଦାଖ ଓ ଅରୁଣାଚଳପ୍ରଦେଶରେ ସୂର୍ୟ୍ୟପରାଗ ଆଂଶିକ ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ୟୁରୋପ, ଆମେରିକା, ଉତର କାନାଡା, ଗ୍ରୀନଲାଣ୍ଡ ଓ ରୁଷରେ ରିଙ୍ଗ ଅଫ ଫାୟାର ଦେଖିବାକୁ ମିଳିବ । ଭାରତରେ ସୂର୍ୟ୍ୟପରାଗ ଦୃଶ୍ୟମାନ ହେଉନଥିବାରୁ ଏହାର ଅଶୁଦ୍ଧି କାଳ ଲାଗିବ ନାହିଁ । ତେଣୁ କୌଣସି ପ୍ରକାର ଧାର୍ମିକ କାର୍ୟ୍ୟ କିମ୍ବା ଆୟୋଜନ କରିବାରେ ଅସୁବିଧା ନାହିଁ । ବିଜ୍ଞାନ ଅନୁସାରେ ସୂର୍ୟ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଏକ ସରଳ ରେଖାକୁ ଆସିଗଲେ ସୂର୍ୟ୍ୟପରାଗ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ