ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନ । ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଏକ୍ସ( ପୂର୍ବରୁ ଟ୍ୱିଟର) ଯୁଦ୍ଧ । କଂଗ୍ରେସ ଓ ବିଜେପି ମଧରେ ଏହି ଯୁଦ୍ଧ ଦେଖିବାକୁ ମିଳିଛି । କଂଗ୍ରସ ନେତା ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ୨୦୨୪ରେ ଆମେ ବିଜେପିକୁ ପରାସ୍ତ କରିବୁ । ଯାହାର ଏକ ପୋଷ୍ଟର ସେୟାର କରିଥିଲେ । ଏହା ପରେ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି ।
गारंटी तो आपकी दादी ने भी दी थी- ग़रीबी हटाने की।
बदले में उन्होंने देश को दी थी- इमरजेंसी https://t.co/nNJ3NrlGYj— BJP (@BJP4India) August 25, 2023
କଂଗ୍ରେସର ଏହି ଦାବିକୁ ପ୍ରତିହତ କରି ବିଜେପି ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରୁ କଂଗ୍ରେସକୁ ଉତ୍ତର ଦେଇ ଲେଖିଛି, “ତୁମ ଜେଜେମା ମଧ୍ୟ ଏକ ଗ୍ୟାରେଣ୍ଟି ଦେଇଥିଲେ – ଦାରିଦ୍ର୍ୟ ଦୂର କରିବା ପାଇଁ। ଏହାର ପ୍ରତିବଦଳରେ ସେ ଦେଶକୁ ଏମରଜେନ୍ସି ପରିସ୍ଥିତି ଦେଇଛନ୍ତି।