Masthead

ଏକାଥରେ ୫ଟଙ୍କା ବଢ଼ି ୧୧୮ରେ ପହଞ୍ଚିଲା ପେଟ୍ରୋଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ପାକିସ୍ତାନରେ ବି ବଢ଼ୁଛି ତୈଳ ଦର । ଦିନକୁ ଦିନ ମହଙ୍ଗା ହୋଇ ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ଗୋଟିଏ ଦିନରେ ପାକିସ୍ତାନରେ ଇମ୍ରାନ ଖାନ ପେଟ୍ରୋଲ ଦର ୫ଟଙ୍କା ୪୦ ପଇସା ବୃଦ୍ଧି କରିଛନ୍ତି । ସେହିପରି ଡିଜେଲ ଦର ୨ଟଙ୍କା ୫୪ପଇସା ବୃଦ୍ଧି ପାଇଛି । ପେଟ୍ରୋଲ ଦର ୫ଟଙ୍କା ବୃଦ୍ଧି ଘଟିଥିବାରୁ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ନୂଆ ଦର ପରେ ଦେଶରେ ପେଟ୍ରୋଲର ଲିଟର ପିଛା ଦାମ ୧୧୮.୦୯ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୧୧୬.୫ ଟଙ୍କାରେ ପହଞ୍ଚି ଯାଇଛି। କେବଳ ପେଟ୍ରୋଲ ନୁହେଁ, କିରାସିନ ଓ ଲାଇଟ ଡିଜେଲର ଦାମ ମଧ୍ୟ ଯଥାକ୍ରମେ ୧.୩୯ ଟଙ୍କା ଏବଂ ୧.୨୭ ଟଙ୍କା ବଢ଼ିଛି।

ନୂଆ ଦର ପରେ କିରାସିନର ଲିଟର ପିଛା ଦାମ ୮୭.୧୪ ଟଙ୍କା ଓ ଲାଇଟ ଡିଜେଲର ଲିଟର ପିଛା ଦର ୮୪.୬୭ ଟଙ୍କା ହୋଇଯାଇଛି। ଏହି ଦରବୃଦ୍ଧି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସ୍ପେଶାଲ ରାଜନୀତିକ ବ୍ୟାପର ପରାମର୍ଶଦାତା ଶାହବାଜ ଗିଲ ଘୋଷଣା କରିଛନ୍ତି। ସେ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ପେଟ୍ରୋଲିମୟ ଦ୍ରବ୍ୟର ଦାମ ବଢ଼ିବାରେ ଲାଗିଛି। ଏଥିପାଇଁ ସମସ୍ତେ ପେଟ୍ରୋଲର ଲିଟର ପିଛା ଦାମ ୧୧.୪ ଟଙ୍କା ବୃଦ୍ଧି କରିବାକୁ କହିଥିଲେ। ହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେବଳ ପେଟ୍ରୋଲର ଲିଟର ପିଛା ୫.୪୦ ଟଙ୍କା ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ