Masthead

ଆଜି ଦ୍ୱିତୀୟ କ୍ବାଲିଫାୟାରରେ ମୁହାଁମୁହିଁ ହେବେ ରାଜସ୍ଥାନ ଓ ହାଇଦ୍ରାବାଦ

ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ଆଜି ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଆର୍‌ସିବିକୁ ଏଲିମିନେଟ୍ କରିବା ପରେ ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌ର ଆଉ ଏକ ମହାମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ଚେନ୍ନାଇରେ ଦ୍ବିତୀୟ କ୍ବାଲିଫାୟରରେ ଏହି ଦୁଇ ଦଳ ମୁହାଁମୁହିଁ ହେବା ପରେ ବିଜେତା ଦଳ ରବିବାରର ବହୁ ପ୍ରତୀକ୍ଷିତ ମେଗା ଫାଇନାଲ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ। କୋଲକାତା ପୂର୍ବରୁ ପ୍ରଥମ କ୍ବାଲିଫାୟର୍‌ରେ ହାଇଦ୍ରାବାଦକୁ ହରାଇ ଫାଇନାଲ୍‌ ଲଢ଼େଇ ପାଇଁ ଅପେକ୍ଷା କରି ରହିଛି। ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରୁ ଯିଏ ଜିତିବ, ସିଏ ଟ୍ରଫି ଟକ୍କରରେ କୋଲକାତାକୁ ସାମ୍ନା କରିବ। ପାୱାର ହିଟିଂ ପାଇଁ ପରିଚିତ ହାଇଦ୍ରାବାଦ ଅପ୍ରତ୍ୟାଶିତ ଭାବେ କୋଲକାତା ବିପକ୍ଷ ପ୍ରଥମ କ୍ବାଲିଫାୟର୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ଦଳର ଦୁଇ ଚର୍ଚ୍ଚିତ ଓପନର୍‌ ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମାଙ୍କ ବିଫଳତା ଏହାର ମୁଖ୍ୟ କାରଣ ଥିଲା। ହେଡ୍ ଲଗାତାର ଦ୍ବିତୀୟ ଥର ପାଇଁ ଖାତା ଖୋଲି ପାରି ନଥିଲା ବେଳେ ଅଭିଷେକ ୩ ରନ୍ ଆଗକୁ ବଢ଼ି ପାରି ନଥିଲେ। ଉଭୟ ଶୁକ୍ରବାର ଏହି ବିଫଳତାକୁ ଭୁଲି ନିଜ ନିଜର ସ୍ବାଭାବିକ ଖେଳ ଖେଳିବାକୁ ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଲାଇବେ। ତେବେ ସେମାନଙ୍କୁ ରାଜସ୍ଥାନର ଦୁଇ ସ୍ପିନ୍ ମହାରଥୀ ୟୁଝବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଅଭିଷେକ ଓ ହେଡ୍‌ଙ୍କ ସହ ହେନରିକ୍ କ୍ଲାସେଁଙ୍କ ପ୍ରଦର୍ଶନ ମଧ୍ୟ ହାଇଦ୍ରାବାଦ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଚେପକ୍ ଷ୍ଟାଡିୟମ୍ ପିଚ୍ ପାରମ୍ପରିକ ଭାବେ ସ୍ପିନର୍‌ଙ୍କୁ ସୁହାଉଥିବାରୁ ଏବଂ ରାଜସ୍ଥାନ ପାଖରେ ଦୁଇଜଣ ଉଚ୍ଚକୋଟୀର ସ୍ପିନର ଥିବାରୁ ଏହି ଦଳର ପଲ୍ଲା କିନ୍ତୁ ସାମାନ୍ୟ ଭାରୀ ରହିବ। ବୋଲିଂରେ ହାଇଦ୍ରାବାଦ ଚଳିତ ଋତୁରେ ନିଜ ସର୍ବାଧିକ ୱିକେଟ୍ ସଂଗ୍ରହକାରୀ ଟି ନଟରାଜନ ଉପରେ ଅଧିକ ନିର୍ଭରଶୀଳ ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ