Masthead

ରାହୁଲଙ୍କୁ ସମର୍ଥନ ଜଣାଇ କଂଗ୍ରେସର କରିବ ମୌନ ସତ୍ୟାଗ୍ରହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କଂଗ୍ରେସ କରିବ ମୌନ ସତ୍ୟାଗ୍ରହ । ଆସନ୍ତା ୧୨ ଜୁଲାଇରେ ସବୁ ରାଜ୍ୟରେ କଂଗ୍ରେସ ମୌନ ସତ୍ୟାଗ୍ରହ କରିବ । ଗତକାଲି ରାହୁଲଙ୍କ ରିଭୁ୍ୟ ପିଟିସନ ଖାରଜ ହେବା ପରେ କଂଗ୍ରେସ ମୌନ ସତ୍ୟାଗ୍ରହ କରିବ ବୋଲି କହିଛି । ସେପଟେ ପ୍ରଦେଶ କଂଗ୍ରେସ ନେତାମାନେ ଗତକାଲି କଳାପଟି ବାନ୍ଧି ଖାଲି ପାଦରେ ଚାଲି ବିରୋଧ ପ୍ରଦର୍ଶନ କରିଥିଲେ । ଏବଂ ଆସନ୍ତା ୧୨ରେ କରିବ ମୌନ ସତ୍ୟାଗ୍ରହ । ମୋଦି ସାଙ୍ଗିଆକୁ ନେଇ ଗୁଜରାଟ ହାଇକୋର୍ଟରୁ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି । ମୋଦି ସାଙ୍ଗିଆକୁ ନେଇ ସୁରତ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ଗୁଜରାଟ ହାଇକୋର୍ଟ ।

ତଳକୋର୍ଟ ଦେଇଥିବା ୨ ବର୍ଷ ଜେଲ ଦଣ୍ଡାଦେଶକୁ କାଏମ ରଖିଛନ୍ତି କୋର୍ଟ । ଏହାସହ ରାହୁଲଙ୍କ ସାଂସଦ ସଦସ୍ୟତା ପଦ ମଧ୍ୟ ଫେରିପାଇବେ ନାହିଁ । କୋର୍ଟ କହିଛନ୍ତି ଯେ, ନିମ୍ନ ଅଦାଲତ ଦେଇଥିବା ଦଣ୍ଡ ଉପରେ ରୋକ୍ ଲଗାଇବାର ସେମିତି କୌଣସି ପ୍ରମାଣ ନାହିଁ । ଆବେଦନକାରୀ ଅର୍ଥାତ୍ ରାହୁଲଙ୍କ ନାଁରେ ଏବେ ବି ୧୦ଟି ଅପରାଧୀକ ମାମଲା ରହିଛି । ଦୋଷମୁକ୍ତ ଓ ନିମ୍ନ ଅଦାଲତର ରାୟ ଉପରେ ରୋକ୍ ଲଗାଇବାକୁ ସେଭଳି କୌଣସି ଯୁକ୍ତି ଉପସ୍ଥାପନ କରାଯାଇନଥିବା କହିଛନ୍ତି ଗୁଜରାଟ ହାଇକୋର୍ଟ । ଗତ ମେ’ ମାସରେ ସୁରତ କୋର୍ଟ ଦେଇଥିବା ରାୟ ଉପରେ ପୁନର୍ବିଚାର କରିବା ପାଇଁ ହାଇକୋର୍ଟ ଯାଇଥିଲେ ଏହି କଂଗ୍ରେସ ନେତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ